(ମହାଭାରତ, ପୁରୀ): ପୁରୀ ଠାରେ ସ୍ୱଚ୍ଛ ଭାରତ ଅଭିଯାନର କାର୍ଯ୍ୟକ୍ରମରେ ୟୁକୋବ୍ୟାଙ୍କର ଅବରପ୍ରାପ୍ତ କର୍ମ•ରୀ ଓ ଅନ୍ୟାନ୍ୟ ବରିଷ୍ଠ ନାଗରିକ ମାନେ ସାମିଲ ହୋଇଛନ୍ତି । ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ସହ ସ୍ଥାନୀୟ ରାମକୃଷ୍ଣ ମିଶନ ଆଶ୍ରମର ଛାତ୍ରମାନେ ମିଶି ସମୁଦ୍ର କୂଳ ସଫେଇ କାର୍ଯ୍ୟରେ ଯୋଗଦେଇ ଥିଲେ । ପୁରୀ ସମୁଦ୍ର କୂଳ ଦିଗବାରେଣୀ ଠାରୁ ଏହି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଶିଷ୍ଠ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏଥିରେ ସାମିଲ ହୋଇଥିଲେ । ସଫେଇ କାର୍ଯ୍ୟ ସିଗଲ ହୋଟେଲ ଠାରେ ସମାପ୍ତ ହୋଇଥିଲା । ପୁରୀ ସ୍ଥିତ ରାଜ୍ୟ ସରକାରଙ୍କ ବେଳାଭୂମୀ ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ଏହି ସମୁଦ୍ର କୂଳ ସଫାଇ କାର୍ଯ୍ୟକ୍ରମକୁ ପରି•ଳନା କରିଥିଲେ । ଆସୋସିଏସନର ସଭାପତି ଡ. ବ୍ରଜେନ୍ଦ କୁମାର ଦାଶ, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ମିଶ୍ର, ଆର୍ ଦେବନାଥ, ଏକେ ସିଂହ ସମେତ ରାଜ୍ୟ ବାହରରୁ ଅ ।ସିଥିବା ୬୨ ଜଣ ପ୍ରତିନିଧି ବେଳାଭୂମୀ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପୁରୀ ପୌରପାଳ କର୍ମ•ରୀ, ବେଳାଭୂମି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ । ବେଳାଭୂମି ସଫେଇ ପରେ ଅ ।ସୋସିଏସନ ତରଫରୁ ସ୍ଥାନୀୟ ରାମକୃଷ୍ଣ ମିଶନ ଆଶ୍ରମର ସମସ୍ତ ଅନ୍ତେବାସୀ ଛାତ୍ରଙ୍କ ନିମନ୍ତେ ଭୋଜନର ବ୍ୟବସ୍ଥା କରାଯାଇଥିଲା ।
previous post
next post