(ମହାଭାରତ, ରାଉରକେଲା): ରାଉରକେଲା ପ୍ଲାଣ୍ଟସାଇଟ ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଏହି ଥାନା ଅନ୍ତର୍ଗତ ଗୋପବନ୍ଧୁ ପାଲି ରାସ୍ତାର ବିଏସଏନଏଲ ଚୌକ ଠାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅଭିଯୁକ୍ତ ମାନେ ଧରାପଡିଥିଲେ । ସୂଚନା ଅନୁଯାୟୀ, ଗତ ଶନିବାର ବିଳମ୍ବିତ ରାତିରେ ଏହି ଚାଲାଣକାରୀମାନେ କୋରାପୁଟରୁ ଗଞ୍ଜେଇ ଆଣି ଷ୍ଟେସନରୁ ଏକ କାରରେ ରାଉରକେଲା ଆସୁଥିବା ପୋଲିସ ଖବର ପାଇଥିଲା । ଏହାପରେ ପ୍ଲାଣ୍ଟସାଇଟ୍ ଥାନା ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୧୨ କେଜି ଗଞ୍ଜେଇ ଜବତ କରାଯାଇଛି । ଏଥିସହ ଗୋଟିଏ କାର, ନଗଦ ୫ ହଜାର ଟଙ୍କା ଓ ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଗଞ୍ଜେଇ ରାକେଟର ଚେର କେତେ ଯାଏ ଲମ୍ବିଛି ସେ ନେଇ ପୋଲିସ ତଦନ୍ତ ଚଳାଇଛି ।
previous post
next post
