ଓଡିଶା

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଫସଲ ନଷ୍ଟ

(ମହାଭାରତ, ଅନୁଗୁଳ): ଅନୁଗୁଳ ଜିଲ୍ଲା ସ୍ୱତନ୍ତ୍ର ପୋଲିସ ସ୍କ୍ୱାର୍ଡକୁ ଏକ ବଡ ସଫଳତା ମିଳିଛି । ଅନୁଗୁଳ ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ପୁରୁଣାକୋଟ ଥାନା ଅଞ୍ଚଳର ଯୁକୁବ ଓ ଲବଙ୍ଗୀରେ ଥିବା ଗଞ୍ଜେଇ ଫସଲ ଉପରେ ଅନୁଗୁଳ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ । ଏହି ସର୍ଚ୍ଚ ଅପରେସନରେ ବ୍ୟାପକ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଗଞ୍ଜେଇ ଗଛ ଗୁଡିକୁ କାଟିବା ସହ ପୋଡି ଦିଆଯାଇଛି । ଏଠାରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ପୋଲିସ ଏହି ସର୍ଚ୍ଚ ଅପରେସନ ଚଳାଇଥିଲା । ପୁରୁଣାକୋଟ ଅଞ୍ଚଳରେ ଗଞ୍ଜେଇ ଚାଷ କରି ବାହାରକୁ ପଠାଯାଉଛି ବୋଲି ମଧ୍ୟ ସୂଚନା ମିଳିଛି । ତେବେ ଏହି ଅଞ୍ଚଳରେ ଏତେ ପରିମାଣର ଗଞ୍ଜେଇ କିପରି ଚାଷ ହୋଇଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

Related posts

ଆସନ୍ତା ୨୬ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

mahabharatanews

ହିଞ୍ଜିଳିକାଟୁ କାଳୁଆ ଯାତ୍ରା ଉଦଯାପନୀ ଉତ୍ସବରେ ଉତ୍ତେଜନା

mahabharatanews

ଅନ୍ଧାରରେ ଦୀର୍ଘ ୯ ମିନିଟ ପର୍ଯ୍ୟନ୍ତ ଭାଷଣ ଦେଲେ ମହାମହିମ ରାଷ୍ଟ୍ରପତି

mahabharatanews