(ମହାଭାରତ, ମାଲକାନଗିରି): ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳର ୨୫୦ରୁ ଉଦ୍ଧ୍ୱର୍ ନକ୍ସଲ ସମର୍ଥକ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀମାନେ ଘଟାଉଥିବା ବର୍ବରକାଣ୍ଡ ପଛରେ ଏମାନେ ସାମିଲ ରହୁଥିଲେ । ପୂର୍ବରୁ ପୋଲିସ ବିରୋଧରେ ନକ୍ସଲଙ୍କ ପାଇଁ କାମ କରୁଥିବା ବେଳେ ଏବେ ନିଜ ଭୂଲ ବୁଝିପାରି ସେମାନେ ପୋଲିସ ସହ ହାତ ମିଳାଇଛନ୍ତି । ରବିବାର ଏହି ନକ୍ସଲ ସମର୍ଥକମାନେ ମାଥିଲି ଆଇଆଇସିଙ୍କ ଉପସ୍ଥିତିରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏଥିରେ ଖୁସି ହୋଇ ପୋଲିସ ସେମାନଙ୍କୁ ମାଗଣାରେ କମ୍ବଳ ଓ ଡ୍ରେସ ବଣ୍ଟନ କରିଛି । ଆଗାମୀ ଦିନରେ ସେମାନେ ନକ୍ସଲଙ୍କୁ ସମର୍ଥନ ଦେବା ଛାଡି ଦେବେ ବୋଲି ପୋଲିସ ଆଶା ପ୍ରକାଶ କରିଛି । ଏଥିସହ ଅଞ୍ଚଳବାସୀମାନେ ମହୁପଦର ପୋଲିସର ସ୍ଥାୟୀ କ୍ୟାମ୍ପ ତିଆରି ହେବା ପରେ ମୌଳିକ ସୁବିଧା ପାଇବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି ଆଶା ରଖିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ମହୁପଦର ଅଞ୍ଚଳ ନକ୍ସଲଙ୍କ କବଜାରେ ରହିଥିଲା । ପ୍ରାୟ ୨୫୦ରୁ ଅଧିକ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ ପରେ ଏଠାରେ ମାଓବାଦୀଙ୍କୁ ଶକ୍ତ ଧକ୍କା ଲାଗିଛି ।
previous post