ଅପରାଧ

୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ସହରରେ ଗତ ମଙ୍ଗଳବାର ବ୍ରାଉନସୁଗାର ଜବତ ହୋଇଛି । ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ଓ କ୍ରାଇମବ୍ରାଞ୍ଚର ମିଳିତ ଚଢାଉ ପରେ ଏହାକୁ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ଜଣକୁ ପୋଲିସ ଗିରଫ କରିଛି । ତେବେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସହରରେ ବ୍ରାଉନଗୁଗାର କାରବାର ସମ୍ପର୍କରେ ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ଏହାକୁ ଭିତ୍ତି କରି ମଙ୍ଗଳବାର ପୂର୍ବ ପ୍ରସ୍ତୁତ ଯୋଜନା ମୁୁତାବକ ଏସଟିଏଫର ଏକ ଟିମ୍ ବାଲେଶ୍ୱର ଟାଉନ ସ୍ଥିତ ଏକ ଘର ଉପରେ ଚଢାଉ କରିଥିଲା । ଚଢାଉ ବେଳେ ୩୦୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିଲା । ଏହି କାରବାରରେ ସମ୍ପୃକ୍ତ ଥିବା ଜଣକୁ ପୋଲିସ ଗିରଫ କରିଛି । ତେବେ ଗିରଫ ଅଭିଯୁକ୍ତ ଜଣକର ଡ୍ରଗ୍ସ କାରବାରକୁ ନେଇ ଅନ୍ତର୍ଜାତୀୟ ଲିଙ୍କ୍ ଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି ।

Related posts

ଚୋରା ଚାଲାଣ ବେଳେ ଟ୍ରକ ସହ ବିପୁଳ ଗଞ୍ଜେଇ ଜବତ, ୩ ଗିରଫ

mahabharatanews

ଦେଶମୁଖଙ୍କ ଓକିଲ ଆନନ୍ଦ ଡାଗାଙ୍କୁ ଗିରଫ କରିଛି ସିବିଆଇ

mahabharatanews

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

mahabharatanews

Leave a Comment