ରାଜଧାନୀରେ ନୂଆ ତରିକାରେ ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ । ଆମ୍ବୁଲାନ୍ସ ଭିତରେ ରୋଗୀ ପରିବର୍ତ୍ତେ ହେଉଥିଲା ଗଞ୍ଜେଇ ଚାଲାଣ । ଆମ୍ବୁଲାନ୍ସ ସିକ୍ରେଟ ଚାମ୍ବର ଭିତରେ ୫୦ କେଜି ଗଞ୍ଜେଇ ଚାଲାଣ ବେଳେ ୨ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।

ରୋଗୀ ସେବା ପାଇଁ ବ୍ୟବହୃତ ହେଉଥିବା ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଏବେ ସାଜିଛି ନିଶା କାରବାରର ମାଧ୍ୟମ । ପୋଲିସ ଆଖିରେ ଧୂଳି ଦେଇ ଚତୁରତାର ସହ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରାପଡ଼ିଲେ । ଆମ୍ବୁଲାନ୍ସ ଗାଡ଼ି ଭିତରେ ରୋଗୀ ଶୋଇବା ସ୍ଥାନ ତଳେ ଏକ ସିକ୍ରେଟ୍ ଚାମ୍ବର ତିଆରି କରି ଗଞ୍ଜେଇ ଚାଲାଣ କରୁଥିଲେ । ବିଳମ୍ବିତ ରାତ୍ରିରେ ଆମ୍ବୁଲାନ୍ସର ଏମର୍ଜେନ୍ସି ସାଇରନ ଦେଇ ଆମ୍ବୁଲାନ୍ସଟି ମାଡି ଚାଲିଥିବାବେଳେ ପୋଲିସ ନାକା ଚେକ୍ ବେଳେ କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ କରି ଆମ୍ବୁଲାନ୍ସକୁ ଅଟକାଇଥିଲେ । ଆମ୍ବୁଲାନ୍ସ ଭିତରେ ତନଖି ବେଳେ ସିକ୍ରେଟ ଚାମ୍ବର ଭିତରେ ୫୦ କେଜି ଗଞ୍ଜେଇ ମିଳିଥିଲା । ମିଳି ଥିବା ଗଞ୍ଜେଇ ଜବତ କରିବା ସାହିତ ଚୋରା କାରବାରରେ ସଂପୃକ୍ତ ଥିବା ୨ ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ସୂଚନା ମିଳିଛି ଆମ୍ବୁଲାନ୍ସଟି ୨ମାସ ପୂର୍ବରୁ ରୋଗୀସେବାରେ ନିୟୋଜିତ ହୋଇଥିଲା ।

