ଓଡିଶା

୩୨୪ ନିମୟ ଉଲଙ୍ଘନକାରୀଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: ମହାମାରୀ କରୋନା ଭାଇରସ ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ଏହାକୁ କଡାକଡି ପାଳନ କରାଯାଉଛି । ଶୁକ୍ରବାର ତୃତୀୟ ଦିନରେ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ମୋଟ ୩୨୪ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଲକ୍ଡାଉନ୍ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ୩୦୮ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ହୋମ କ୍ୱାରେଣ୍ଟି ନିୟମ ଉଲଙ୍ଘନ ୧୫ ଜଣଙ୍କ ଏବଂ କରୋନା ଭାଇରସକୁ ନେଇ ଅନ୍ୟ ଏକ ମାମଲା ରୁଜୁ କରାଯାଇଛି । ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି ।

Related posts

ବିଶ୍ଵ ତାରିଣୀ ମହିଳା ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର

mahabharatanews

ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର

mahabharatanews

ଦୁର୍ଗା ପୁଜା ଭସାଣୀରେ ହେବନାହିଁ ଶୋଭାଯାତ୍ରା  

mahabharatanews