Uncategorized

ଅଜଣା ଜ୍ୱରରେ ୧୦ ଜଣଙ୍କ ମୃତ୍ୟୁ

ମଥୁରା: ୟୁପିରେ ଅଜଣା ଜ୍ୱରର ଆତଙ୍କ ସବୁଠି ବ୍ୟାପିବାରେ ଲାଗିଲାଣି । ପୂର୍ବରୁ ଫିରୋଜାବାଦରେ ଅଜଣା ଜ୍ୱରକୁ ନେଇ ଖବର ଆସିଥିଲା । ଏବେ ମଥୁରାରୁ ସମାନ ଖବର ଆସୁଛି । ମଥୁରାର ଏକ ଗାଁରେ ଅଜଣା ଜ୍ୱରରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମଥୁରାର କୋହ ଗ୍ରାମରେ ୧୦ ଜଣଙ୍କର ଜ୍ୱରରେ ମୃତ୍ୟୁ ହୋଇଥିବା ଗ୍ରାମର ପ୍ରଧାନ ସୂଚନା ଦେଇଛନ୍ତି ।
କୋହ ଗାଁର ବହୁ ଲୋକ ଆଗ୍ରାର ଏକ ଘରୋଇ ହସ୍ପିଟାଲରେ ଜ୍ୱରରେ ପୀଡିତ ହେବା ପରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଶିଶୁର ମୃତ୍ୟୁ ହୋଇଛି । ଶିଶୁର ମୃତ୍ୟୁ ପରେ ଅଜଣା ଜ୍ୱରଜନିତ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଗ୍ରାମରେ ଏହି ଅଜଣା ଜ୍ୱରରେ ପୀଡିତଙ୍କ ସଂଖ୍ୟା ଦ୍ରୁତଭାବେ ବୃଦ୍ଧି ପାଉଛି । ଏହାକୁ ନେଇ ପ୍ରଶାସନ ଚିନ୍ତାରେ । ଏନେଇ ପ୍ରଶାସନିକସ୍ତରରେ ପଦକ୍ଷେପ ନିଆଯାଇଛି । ଗାଁରେ ଓପିଡିର ସ୍ଥିତିରେ ସୁଧାର ଆଣିବା ସହ ୪ ଶଯ୍ୟାବିଶିଷ୍ଠ ଏକ ଅସ୍ଥାୟୀ ହସ୍ପିଟାଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣେ ଉଚ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।

Related posts

କେପିକେବି କ୍ୟାଣ୍ଟିନରୁ ପ୍ରାୟ ୧୦୦୦ ସାମଗ୍ରୀ ତାଲିକାରୁ ବାଦ ପଡିଲା

mahabharatanews

ପ୍ରାଣବଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

mahabharatanews

ବିିଶ୍ୱରେ କୋରନା ଆକ୍ରନ୍ତଙ୍କ ସଂଖ୍ୟା ୧୮.୫ ଲକ୍ଷ ଟପିଲା

mahabharatanews