Uncategorized

ଅତିଥିଙ୍କ ପାଇଁ ପ୍ରସ୍ତୁତ କରନ୍ତୁ ବେସନ ହାଲୱା

(ମହାଭାରତ): ଆମେ ଘରେ ସାଧାରଣତଃ ଗାଜର ହାଲୱା, ସୁଜି ହାଲୱା ପରି ମିଠା ଖାଦ୍ୟ ମାନ ପ୍ରସ୍ତୁତ କରି ଖାଇଥାଉ । କିନ୍ତୁ ଏଥରର ହୋଲି ଅବସରରେ କିଛି ନୂଆ ମିଠା ପ୍ରସ୍ତୁତ କରି ଖାଆନ୍ତୁ । ବେସନ ପ୍ରସ୍ତ୍ୁତ ହାଲୱା ହେଉଛି ଏକ ପାରମ୍ପପରିକ ତଥା ସମୃଦ୍ଧ ଖାଇବା । ଏହାକୁ ଆପଣ ଜଳଖିଆ ବା ମିଠା ଦ୍ରବ୍ୟ ହିସାବରେ ବି ଖାଇପାରିବେ । ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ପାଇଁ ଆବଶ୍ୟକ ହେଉଥିବା ସମାଗ୍ରୀ ଜାଣି ରଖନ୍ତୁ
ବେସନ- ୧କପ
ଲହୁଣୀ -ଅଧା କପ
ଚିନି-ଏକ କପ
ଗୁଜୁରାତି ପାଉଡର- ୧ଚାମଚ
ପାଣି-୨କପ
କଟା ଯାଇଥିବା କିଛି ବାଦାମ
ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ମଧ୍ୟମ ଆଞ୍ଚଳରେ ଏକ ପ୍ୟାନ ବସାନ୍ତୁ । ଏଥିରେ ଚିନି,ଗୁଜୁରାତି ପାଉଡର ସହ ପାଣି ଫୁଟାନ୍ତୁୁ । ଏବେ ଅନ୍ୟ ଏକ ଫ୍ରୀଇଙ୍ଗ ପ୍ୟାନରେ ଲହୁଣୀ ଗରମ କରନ୍ତୁ । ଏବେ ଧୀରେ ଧୀରେ ବେସନ ଦିଅନ୍ତୁ । ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ବେସନକୁ ପ୍ୟାନରେ ଧୀରେ ଧୀରେ ଘାଟନ୍ତୁ । ଏଥିପାଇଁ ନିଶ୍ଚିତ ରୂପେ ୫ରୁ୭ ମିନିଟ ସମୟ ଲାଗିଯିବ । ବେସନ ରଙ୍ଗ ବଦଳି ଗଲେ ଏଥିରୁ ଏକ ନୂଆ ବାସ୍ନା ଆସିବ । ଏବେ ସେଥିରେ ସିରପ ଧୀରେ ଧୀରେ ଢାଲନ୍ତୁ । ଏବେ ଆଞ୍ଚ କମ କରିଦିଅନ୍ତୁ । ଆଉ ୨ରୁ ୩ ମିନିଟ ପାଇଁ ଚୁଲିରେ ବସାନ୍ତୁ । ଦେଖିବେ ଧୀରେ ଧୀରେ ବେସନ ସବୁ ପାଣି ଶୁଖାଇଦେବ । ଏବେ ହାଲୱା ଥଣ୍ଡା କରି କାଜୁ ଓ ବାଦାମ ନେଇ ଗାନିସିଙ୍ଗ କରନ୍ତୁ ।

Related posts

ଚାଇନାରେ ୮୯ ପ୍ରତିଶତ ସୁସ୍ଥ ହେଲେଣି

mahabharatanews

ମୃତ୍ୟୁସଂଖ୍ୟା ୨୫ ଛୁଇଁଲା, ଉହାନରେ ଫସିଛନ୍ତି ୨୫ ଭାରତୀୟ

mahabharatanews

ଏନଆରସି ପତିବାଦ ହିଂସାରେ ୩୦ ମୃତ

mahabharatanews