ଓଡିଶା

ଅଧିକାରୀଙ୍କ ଜାଣତରେ ରାହାଡପୁର ପାହାଡରୁ ଚାଲିଛି ବେଧଡକ ପଥର ଚାଲାଣ

(ଦୀପକ କୁମାର/ଯାଜପୁର): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାହାଡପୁର ପାହାଡରୁ ପଥର ମାଫିଆମାନେ ପ୍ରଶାସନର କଟକଣାକୁ ଖାତିର ନକରି ବେଧଡକ ଭାବେ କଳାପଥର ଚାଲାଣ କରୁଥିବା ଜଣାପଡିଛି । ତେବେ ସ୍ଥାନୀୟ ଅଧିକାରୀଙ୍କ ସହଯୋଗରେ ମାଫିଆମାନେ ଏହି ଚୋରାଚାଲାଣ ଚଳାଇଥିବା ଅଭିଯୋଗ ହେଉଛି । କିଛି ଦିନ ତଳେ ପାହାଡରୁ ବେଆଇନ ଭାବେ କୋଟି କୋଟି ଟଙ୍କାର ପଥର ଲୁଟ ଚାଲିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ଏହାର ଘୋର ବିରୋଧ କରିଥିଲେ । ସେମାନଙ୍କ ଅଭିଯୋଗକୁ ଆଧାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ପଥର ଖାଦାନକୁ ଯାଇଥିବା ରାସ୍ତାଗୁଡିକରେ ଡ୍ରେନ ଖୋଳାଯାଇଥିଲା । ଫଳରେ ପଥର ମାଫିଆଙ୍କ ଗାଡି ଖାଦାନ ଭିତରକୁ ଯାଇପାରି ନଥିଲା । କିଛି ଦିନ ପାଇଁ ପଥରର ଚାଲାଣ ବନ୍ଦ ରହିବା ପରେ ଏବେ ଖୋଳାଯାଇଥିବା ରାସ୍ତା ଗୁଡିକୁ ଏବେ ପୋତି ଦିଆଯାଇଥିବା ଦେଖିବାକୁ ମିଳିଛି । ତେବେ ଏଠାରେ ପ୍ରଶାସନ ପକ୍ଷରୁ ଏବେ ୧୪୪ ଧାରା ଜାରି ହୋଇଥିଲେ ବି ଖାଦାନରେ ଅବାଧରେ ବ୍ଲାଷ୍ଟିଂ କରାଯାଇ ପୂର୍ବ ପରି ପଥର ଚାଲାଣ ଆରମ୍ଭ ହୋଇଥିବା ମଧ୍ୟ ଜଣାପଡିଛି । ତେବେ ସରକାରୀ କଳର ସମ୍ପୃକ୍ତି ବିନା ଏହା ସମ୍ଭବପର ନୁହେଁ ବୋଲି ପ୍ରଶ୍ନ ଉଠୁଥିବା ବେଳେ ଏନେଇ ରାହାଡପୁର ସର୍କଲର ରାଜସ୍ୱ ନିରୀକ୍ଷକଙ୍କୁ ପଚରାଯାଇଥିଲା । ପାହାଡରୁ ପଥରର ଚୋରାଚାଲାଣ ବିଷୟରେ ସେ ଅବଗତ ଥାଇ ମଧ୍ୟ ମାଫିଆଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଜଣାପଡିଛି । ତେବେ ସମ୍ପୃକ୍ତ ଅଞ୍ଚଳରେ ପଥର ମାଫିଆମାନେ ପୁଣି ଥରେ ସକ୍ରିୟ ହେବା ପଛରେ ଉକ୍ତ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସ୍ଥାନୀୟ ବୁ୍ଦ୍ଧିଜୀବୀମାନେ ମତ ଦେଇଛନ୍ତି ।

Related posts

ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଯଦୁପୁରରେ

mahabharatanews

ହାତୀ ଆକ୍ରମଣରେ ୨ମୃତ

mahabharatanews

ଅଭିଯୁକ୍ତମାନଙ୍କୁ ଗୁଳି କରି ମାରି ଦିଆଯାଉ: ଉନ୍ନାଓ ପୀଡିତାଙ୍କ ପରିବାର

mahabharatanews