ଓଡିଶା

ଅଧିକ ବସ ଭଡା ଆଦାୟ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଜୁଲାଇ ପହିଲାରେ ବୃଦ୍ଧି ପାଇଥିବା ବସ୍‌ ଭଡା ଅପରିବର୍ତ୍ତିତ ରହିଥିବା ସ୍ଥଳେ କିନ୍ତୁ କିଛି ବସ ମାଲିକ ଯାତ୍ରୀଙ୍କ ଠାରୁ ନିର୍ଦ୍ଧାରିତ ଭଡାଠାରୁ ଅଧିକ ଭଡା ଆଦାୟ କରୁଛନ୍ତି । ଏହାକୁ କସ୍ମିନ କାଳେ ବରଦାସ୍ତ କରାଯିବ ନାହିଁ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।
ନିର୍ଦ୍ଧାରିତ ଦରଠାରୁ ଅଧିକ ଭଡା ଯାତ୍ରୀମାନଙ୍କଠାରୁ ଆଦାୟ କରିବା ପରମିଟ୍ ସର୍ତ୍ତର ଉଲ୍ଲଂଘନ । ତେଣୁ କୌଣସି ପରିସ୍ଥିତିରେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ଏହାବାଦ ପରମିଟ୍ ସର୍ତ୍ତାବଳୀ ଉଲ୍ଲଂଘନ ଅଭିଯୋଗରେ ଗତକାଲି ୮ଟି ବସ୍‌କୁ ଜବତ କରାଯାଇଛି। ଆରଟିଓ ଭୁବନେଶ୍ୱର ୧ ଓ ୨ ପକ୍ଷରୁ ମିଳିତ ଭାବେ ଏହି ଚଢାଉ କରାଯାଇଥିଲା।
ଗତ ଜୁଲାଇ ପହିଲାରେ ରାଜ୍ୟ ସରକାର ଶେଷ ଥର ପାଇଁ ବସ୍‌ ଭଡା ସ୍ଥିର କରିଥିଲେ । ତାହା ଏପର୍ୟ୍ୟନ୍ତ ଅପରିବର୍ତ୍ତିତ ରହିଛି । କିଲୋମିଟର ପିଛା ଅର୍ଡିନାରୀ ପାଇଁ ୭୨, ଏକ୍ସପ୍ରେସ ପାଇଁ ୭୫ ପଇସା, ଡିଲକ୍ସ ପାଇଁ ୧୦୫ ଓ ଏସି ଡିଲକ୍ସ ପାଇଁ ୧୨୭ ପଇସା ଭଡ଼ା ଧାର୍ଯ୍ୟ କରାଯାଇଛି । ତେଣୁ ନିର୍ଦ୍ଧାରିତ ଭଡା ଆଦାୟ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

Related posts

ଏନଟିପିସି,କଣିହାଁ ପକ୍ଷରୁ ସହୀଦ୍ ଜବାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଜଂଳୀ

mahabharatanews

ଆଗାମୀ ୩ ଦିନ ବର୍ଷା ସମ୍ଭାବନା; ୧୧ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି

mahabharatanews

ରଥ ପରିଚାଳନା ପାଇଁ ଶଙ୍କରାଚାର୍ଯ୍ୟଙ୍କ ପ୍ରଶଂସା

mahabharatanews