ଓଡିଶା

୬୮ ବର୍ଷ ବୟସରେ ଅଶୋକ ସାହୁଙ୍କ ପରଲୋକ

ଭୁବନେଶ୍ବର: ବିଜେପିର ବରିଷ୍ଠ ନେତା ଅଶୋକ ସାହୁଙ୍କ ପରଲୋକ । ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ ଆଇପିଏସ୍‌ ଅଶୋକ ସାହୁଙ୍କ ୬୮ ବର୍ଷ ବୟସରେ ଅଶୋକ ସାହୁଙ୍କ ପରଲୋକ ହୋଇଛି । କଟକର ଏକ ଘରୋଇ ମେଡିକାଲରେ ଆଖି ବୁଜିଛନ୍ତି ବିଜେପିର ଏହି ବରିଷ୍ଠ ନେତା । ଅଶୋକ ସାହୁ ଗତ ୮ ତାରିଖ ଦିନ କଟକର ଏକ ଘରୋଇ ନର୍ସିଂହୋମରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । କିନ୍ତୁ ଆଜି ସକାଳ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି ।
ଅଶୋକ ସାହୁ କୋରାପୁଟର ଜୟପୁରରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ଆସାମ କ୍ୟାଡରର ଆଇପିଏସ ଅଫିସର ହୋଇଥିଲେ। ଆସାମର ଅତିରିକ୍ତ ପୋଲିସ ଡିଜି ପଦବୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ପରେ ଓଡିଶା ବିଜେପିରେ ସାମିଲ ହୋଇଥିଲେ । ୨୦୦୯ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ପରେ ୨୦୧୪ରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ।

Related posts

ଚଳଚ୍ଚିତ୍ର ‘ଯବାନ’ କ୍ରେଜ୍; ଆଜି ଭୁବନେଶ୍ୱରରେ ୯୦ଟି ସୋ 

mahabharatanews

ରେକୁଳାରେ ମଙ୍ଗଳା ମନ୍ଦିର ନିର୍ମାଣ ପାଇଁ ଶିଳା ସ୍ଥାପନ

mahabharatanews

ଆସନ୍ତାକାଲିଠୁ ପ୍ରବଳ ବର୍ଷା : ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews