ଓଡିଶା

ଅନଲାଇନ ବୁକିଂରେ ଘରେ ମିଳିବ ଔଷଧ

ଭୁବନେଶ୍ୱର: ରାଜ୍ୟରେ ମୋଟ ୪୪ ଜଣ କରୋନା ସଂକ୍ରମିତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରେ ୩୫ ଜଣ ରହିଛନ୍ତି, ଯାହା ଭୁବନେଶ୍ୱର ମହାନଗର ନିଗମର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ତେଣୁ ଔଷଧ ପରି ଏକ ଅତି ଜରୁରୀ ସାମଗ୍ରୀର ହୋମ ଡେଲିଭରୀ ବ୍ୟବସ୍ଥା ଆରମ୍ଭ କରାଯାଇଛି ବିଏମସି ଦ୍ୱାରା । ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ୧୨୧ଟି ନୂଆ ଔଷଧ ଦୋକାନ ଚିହ୍ନଟ କରାଯାଇଛି । ଅନ୍‌ଲାଇନ୍‌ରେ ବୁକିଂ କଲେ ଔଷଧ ଘରେ ପହଞ୍ଚିବ । ପ୍ରତି ଥାନା ଅଧୀନରେ ଅତିକମ୍‌ରେ ୬ଟି ଔଷଧ ଦୋକାନକୁ ଏହି ପ୍ରକ୍ରିୟାରେ ସାମିଲ୍ କରାଯାଇଛି ।

ଭୁବନେଶ୍ୱରରେ ସର୍ବାଧିକ ସଂକ୍ରମିତ ଥିବାରୁ ଏହାକୁ ରୋକିବାକୁ ବିଏମ୍‌ସି ରାଜଧାନୀର ୫ଟି ଜାଗାକୁ ସିଲ୍ କରି ସାନିଟାଇଜ୍ କରୁଛି। ତେବେ ଏପରିସ୍ଥିତିରେ ଔଷଧ ପାଇଁ ଲୋକେ ବିଭିନ୍ନ ପ୍ରକାର ଅସୁବିଧାରେ ପଡୁଛନ୍ତି । ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ବିଏମ୍‌ସି ଅନ୍‌ଲାଇନ୍‌ରେ ଔଷଧ ମଗାଇବା ବ୍ୟବସ୍ଥା କରିଛନ୍ତି ।

Related posts

କୋଲାବ ଡ୍ୟାମ୍ରେ ବୁଡି ୩ ଛାତ୍ରଙ୍କ ମୃତ୍ୟୁ

mahabharatanews

କେହି ଦଖଲ କରି ପାରିବେ ନାହିଁ ଆଦିବାସୀ ଜମି : ରାଜସ୍ୱ ମନ୍ତ୍ରୀ

mahabharatanews

ମା’ ତାରା ତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

mahabharatanews