ଭୁବନେଶ୍ବର: ଅନ୍ୟ ରାଜ୍ୟରୁ ଓଡ଼ିଶାରେ ଆସି ଫସିଥିବା ବ୍ୟକ୍ତିଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇବା ପାଇଁ ରାଜ୍ୟ ସରକାର ପାସ ବ୍ୟବସ୍ଥା କରିବାକୁ ଯାଉଛନ୍ତି ।ଅନ୍ୟ ରାଜ୍ୟର ଲୋକେ ସେମାନଙ୍କ ରାଜ୍ୟକୁ ଯିବାକୁ ଚାହୁଁଥିଲେ ସରକାର ଇ-ପାସ୍ ଯୋଗାଇ ଦେବେ ବୋଲି ଜଣାଯାଇଛି। ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବାହାର ରାଜ୍ୟର ଲୋକଙ୍କ ସମସ୍ୟାକୁ ବୁଝି ସେମାନଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ସେମାନଙ୍କ ପାଇଁ ଏକ ଇ-ପାସ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାବ୍ୟତୀତ ଯେଉଁମାନେ ଚିକିତ୍ସା କିମ୍ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିବେ ସେମାନେ ମଧ୍ୟ ଇ-ପାସ୍ ପାଇଁ ଆବେଦନ କରିପାରିବେ।
ଅନ୍ୟ ରାଜ୍ୟରୁ ଯେକେହି ଓଡ଼ିଶାରେ ଫସି ରହିଛନ୍ତି ଏବଂ କୋଭିଡ୍-୧୯ ଲକଡାଉନ୍ ମଧ୍ୟରେ ଫେରିବାକୁ ଚାହୁଁଛନ୍ତି, ସେ ଏକ ୱେବସାଇଟ୍ ମକ୍ଟଙ୍ଖସୟ୧୯.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ରେ ପଞ୍ଜୀକୃତ ହୋଇ ଇ-ପାସ୍ ପାଇଁ ଆବେଦନ କରିପାରିବେ।
ଇ-ପାସ୍ ପାଇଁ ପ୍ରଥମେ ୱେବସାଇଟ୍କୁ ଲଗ୍ ଇନ୍ କରି ଭ୍ରମଣ ମାର୍ଗର ବିବରଣୀ ପ୍ରଦାନ କରିବାକୁ ହେବ । ଏହା ପରେ ଆବେଦନକାରୀ ଯାତ୍ରୀ ଏବଂ ଡ୍ରାଇଭର ବିବରଣୀ ପ୍ରଦାନ କରିବାକୁ ପଡିବ । ସବିଶେଷ ତଥ୍ୟକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ୱାରା ସମୀକ୍ଷା କରାଯିବ। ଏହାପରେ ଅନୁମତି ଦିଆଯିବ । ତା’ପରେ ଆବେଦନକାରୀ ୱେବସାଇଟରୁ ଇ-ପାସ୍ ଦେଖିପାରିବେ, ଡାଉନଲୋଡ୍ କରିପାରିବେ ଏବଂ ମୁଦ୍ରଣ କରିପାରିବେ । ଗାଡ଼ି ଏବଂ ଯାତ୍ରୀଙ୍କ ବିବରଣୀ ସହିତ ଇ-ପାସ୍ ନମ୍ବର ଆବେଦନକାରୀଙ୍କୁ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଇମେଲ୍ ଏବଂ ଏସଏମଏସ ମାଧ୍ୟମରେ ପଠାଯିବ ।