ଓଡିଶା

ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ ମହାପ୍ରଭୁ

(ପୁରୀ) : ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯିବାକୁ ରଥାରୁଢ ହୋଇ ଶରଧା ବାଲିରେ ପହଞ୍ଚିଛନ୍ତି ଭାଇ ଭଉଣୀ । ରଥ ଉପରେ ନୀତିକାନ୍ତି ପରେ ଆଜି ଶରଧାବାଲିରେ ରଥରୁ ଓହ୍ଲାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଛନ୍ତି ବଡ଼ ଠାକୁର ।

ଏହାପରେ ଭଉଣୀ ସୁଭଦ୍ରା ଏବଂ ପରେ ମହାପ୍ରଭୁ ଜଗନ୍ନାଥ ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ । ଆସନ୍ତାକାଲି ଠାରୁ ଆଡ଼ପ ଅବଢ଼ା ବାହାରିବ । ସିଂହଦ୍ୱାର ଦେଇ ଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁ ପ୍ରବେଶ କରିଥିବା ବେଳେ ବାହୁଡ଼ା ଦିନ ନାକଚଣା ଦ୍ୱାର ଦେଇ ରଥକୁ ଆସିବେ । ପ୍ରଥମେ ସୁଦର୍ଶନଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯିବା ପରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ହୋଇଛି । ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ ଓ ହୁଳହୁଳିରେ ଶରଧାବାଲି ପ୍ରକମ୍ପିତ ହେଉଥିବା ବେଳେ ବଡ଼ ଠାକୁର ବଳଭଦ୍ରଙ୍କୁ ଗୋଟି ପହଣ୍ଡିରେ ନିଆଯାଉଛି ।

Related posts

ତାଳଚେରରେ ସ୍ଵର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

mahabharatanews

କୌଣସି ସମ୍ପର୍କ ଦୀର୍ଘ ଦିନ ଧରି ରହିବା ପାଇଁ ଶାରୀରିକ ଆକର୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

mahabharatanews

ସତ୍ୟବାଦୀ ବ୍ଳକ ପ୍ରଶାସନ ସାବିତ୍ରୀ ବ୍ରତ ଯୋଗୁ ଲକଡାଉନ କୋହଳ

mahabharatanews