Uncategorized

ଅପପ୍ରଚାର କରି ୨ ଡାକ୍ତର ଗିରଫ

ମୁମ୍ବାଇ: ଭାରତ ବିଶ୍ୱ ମହାମାରୀ କୋରୋନାର ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନେଉଥିବା ବେଳେ ମହାରାଷ୍ଟ୍ରର ୨ ଡାକ୍ତରଙ୍କୁ ଗିରଫ କରାଯାଇଛି । ଏହି ଦୁଇ ଡାକ୍ତର ଏହି ସାଂଘାତିକ ସଂକ୍ରମଣରୁ ଭଲ କରିବାର ଦାବି କରୁଥିଲେ । ମହାରାଷ୍ଟ୍ରର ଭାସାଇ ଓ ନାଲା ଅଞ୍ଚଳର ଦୁଇ ଡାକ୍ତର ସେମାନଙ୍କ କ୍ଲିନିକ ସମ୍ମୁଖରେ କରୋନାରୁ ସୁରକ୍ଷା ଦେଉଥିବାର ବୋର୍ଡ ଲଗାଇଥିଲେ । ଯେତେବେଳେ କି ପୂରା ବିଶ୍ୱରେ ଏଡି ମହାମାରୀକୁ ପ୍ରତିହତ କରିବାକୁ କୌଣସି ପ୍ରକାରର ଭାକ୍ସିନ ମଧ୍ୟ ତିଆରି ହୋଇ ନାହିଁ । ଏହି ଘଟଣାକୁ ନେଇ ଆଗକୁ ତଦନ୍ତ ଚାଲିଛି ।

ସୂଚନାଯୋଗ୍ୟ, ଆଜି ଭାରତରେ ଆଉ ୧୩ ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୬୯ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀକ ସୂଚ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଂକ୍ରମିତଙ୍କ ମଧ୍ୟରୁ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୪ ଘଣ୍ଟା ମଧ୍ୟରେ କୌଣସି ଗୁରୁତର ସଂକ୍ରମଣର ସୂଚନା ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୩ ଜଣଙ୍କ ମୃତ୍ୟୁ ହେ।।ଇଥିବା ବେଳେ ଗତକାଲି ରାତିରେ ଦିଲ୍ଲୀର ସବ୍ଦରଜଙ୍ଗ ହସ୍ପିଟାଲରେ ଜଣେ ୩୫ ବର୍ଷୀୟ ଯୁବକ ସିଡନୀରୁ ଫେରିବା ପରେ ଚିକିତ୍ସିତ ଥିବା ଅବସ୍ଥାରେ ଆତ୍ମହତ୍ୟା କରିଥିଲେ ।

Related posts

ଗଣେଷ ନମିଳିଲେ କାହିଁକି ନଡିଆକୁ ପୂଜା କରାଯାଏ ଆସନ୍ତୁ ଜାଣିବା

mahabharatanews

ଲଦାଖରେ ପୁଣି ଚୀନ ସେନାର ଅନୁପ୍ରବେଶ

mahabharatanews

ଅଜଣା ଗାଡି ଧକ୍କାରେ ଯୁବକ ମୃତ

mahabharatanews