Uncategorized

ନିତିଶଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଜାତି ଭିତ୍ତିକ ରାଜନୀତି ଓ ରାଜନୈତିକ ଦଳ ନିର୍ବାଚନ ଲୋକଙ୍କ ବିକାଶ ମୁଦ୍ଦାକୁ ନେଇ କରିବାକୁ ପ୍ରବର୍ତ୍ତାଇବା ଓ ବିକାଶ ଅଜେଣ୍ଡାକୁ ନେଇ କାର୍ଯ୍ୟ କରୁଛନ୍ତି । ନିତିଶଙ୍କ ଏହି କାର୍ଯ୍ୟପ୍ରକ୍ରିୟାକୁ ରାଜ୍ୟସଭା ଉପାଧ୍ୟକ୍ଷ ସଭା ହରିବଂଶ ପ୍ରଶଂସା କରିଛନ୍ତି । ହରିବଂଶ ସଂସଦର ଉଚ୍ଚତମ ଗୃହକୁ ସଫଳତାର ସହ ପୁନଃ ନିର୍ବାଚିତ ହେବା ପରେ ଏପରି ପ୍ରତିକ୍ରିୟା ଦେଇଛନ୍ତି । ସେ ଏଥିନେଇ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ରାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିବାରୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, ନିତିଶଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବାକୁ ତାଙ୍କ ନିକଟରେ ଶବ୍ଦ ନାହିଁ । ତାଙ୍କ ନେତୃତ୍ୱ ଅଧୀନରେ କାର୍ଯ୍ୟକରିବାକୁ ସେ ଗର୍ବ ଅନୁଭବ କରନ୍ତି । ସେ ଆହୁରି କହିଛନ୍ତି, ନିତିଶ ରାଜ୍ୟର ହିତ ଓ ବିକାଶ ପାଇଁ କାର୍ଯ୍ୟକରିଆସୁଛନ୍ତି । ସେ ଦେଶର ବିକାଶ ଦିଗରେ କାର୍ଯ୍ୟକରୁ ଥିବା ରାଜନେତାଙ୍କ ମଧ୍ୟରେ ଅନ୍ୟତମ । ରାଜ୍ୟରେ ଜାତିବାଦ ରାଜନୀତିରେ ସେ ପରିବର୍ତ୍ତନ ଆଣିବା ସହ ଅନ୍ୟ ରାଜନୈତିକ ଦଳକୁ ମଧ୍ୟ ଲୋକଙ୍କ ବିକାଶ ପାଇଁ ନିର୍ବାଚନ ଲଢିବାକୁ ପ୍ରବର୍ତ।।ଉଛନ୍ତି ବୋଲି ମଧ୍ୟ ହରିବଂଶ କହିଛନ୍ତି ।

Related posts

ଆପଣ ନିଜର ରାଗକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି? ଅଭ୍ୟାସ କରନ୍ତୁ ଏହି ମୁଦ୍ରା

mahabharatanews

ଜାମ୍ମୁର ସମସ୍ତ ବନ୍ଦୀ ରାଜନେତାଙ୍କୁ ଛାଡିବାକୁ ସିପିଆଇର ଦାବି

mahabharatanews

ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତକୁ ମନୁ ଭାକର ଦେଲେ ପ୍ରଥମ ମେଡାଲ

mahabharatanews