ଓଡିଶା

ଅଫିସରରେ ସେବା ସମିତି ସମ୍ପାଦକ ଜୀବନ୍ତ ଦଗ୍ଧ

ବ୍ରହ୍ମପୁର: ବ୍ରହ୍ମପୁର ସହର ଲୋ·ପଡ଼ା ସ୍ଥିତ ସେବା ସମିତିରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ସମିତିରେ ଏକ ଅଗ୍ନିକାଣ୍ଡରେ ସମିତିର ସମ୍ପାଦକ ଜଗନ୍ନାଥ ପାତ୍ର ଜୀବନ୍ତ ଜଳିଯାଇଛନ୍ତି । ଗତକାଲି ମଧ୍ୟାହ୍ନ ୨ଟା ବେଳେ ଏହି ଅଘଟଣ ଘଟିଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଲୋ·ପଡ଼ା ସ୍ଥିତ ସେବା ସମିତି ଲିମିଟେଡର ଡିପୋଜିଟ୍ କାଉଣ୍ଟରେ ସମ୍ପାଦକ ଜଗନ୍ନାଥ ପାତ୍ର ବସିଥିଲେ । ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ସେ ଏକା ଅଫିସରେ ଥିଲେ । ଅନ୍ୟ କର୍ମ·ରୀମାନେ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ । ଏହି ସମୟରେ ଅଫିସ ମଧ୍ୟରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସମବାୟ ସମିତି କର୍ମ·ରୀମାନେ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମ·ରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଡିପୋଜିଟ୍ କାଉଣ୍ଟରରୁ ଜଗନ୍ନାଥ ପାତ୍ରଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ସାଇଣ୍ଟିଫିକ୍ ଟିମ୍ ମାଧ୍ୟମରେ ତଦନ୍ତ ଅ ।ରମ୍ଭ କରିଛି । ହେଲେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ । ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Related posts

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ

mahabharatanews

ରାସ୍ତାରେ ଶୋଇ ଥିବା ଷଣ୍ଢ ପଲଙ୍କୁ ଚାପି ଦେଲା ହାଇଓ୍ଵା, ଉତ୍ୟକ୍ତ ଲୋକେ ଜାଳିଦେଲେ ହାଇଓ୍ବା

mahabharatanews

ଜାଣନ୍ତୁ ନୂତନ ବିଜ୍ଞାପିତ ଅଞ୍ଚଳର ନାମ

mahabharatanews