ଓଡିଶା

ଅଫିସରେ ପାନ ଛେପ ପକାଇ ଗଣିଲେ ଜରିମାନା

(ମହାଭାରତ, ରାଉରକେଲା): ରାଉରକେଲା ଆରଟିଓ ଅଫିସରେ ଜଣେ ବ୍ୟକ୍ତି ପାନ ଛେପ ପକାଇବାରୁ ଜରିମାନା ଦେବାକୁ ପଡିଛି । ତାଙ୍କ ଠାରୁ ରେଡକ୍ରସ ନାମରେ ଜରିମାନା ବାବଦ ୫୦୦ ଟଙ୍କାର ରସିଦ କଟାଯାଇଛି । ଆରଟିଓ କାର୍ଯ୍ୟାଳୟ ପରିସରମୁକ୍ତ ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ରାଉରକେଲା ଆରଟିଓ କହିଛନ୍ତି । ସୂଚନା ଅନୁଯାୟୀ, ରାଉରକେଲା ଆରଟିଓ କାର୍ଯ୍ୟାଳୟ ଭିତରେ ପାନ ଗୁଟଖା ଖାଇବାକୁ ବାରଣ କରାଯାଇଛି । ଆରଟିଓ କର୍ମଚାରୀଙ୍କ ସମେତ ସାଧାରଣ ଲୋକଙ୍କୁ ମଧ୍ୟ ଏହି ନିୟମ ପାଳନ କରିବାକୁ ରାଉରକେଲା ପରିବହନ ଅଧିକାରୀ କଟକଣା ଜାରି କରିଛନ୍ତି । ଫଳରେ ଏଣିକି କେହି ବି ପାନ ଗୁଟଖା ଖାଇ କାର୍ଯ୍ୟାଳୟ ପରିସରରେ ଛେପ ପକାଇଲେ ତଣ୍ଡ ଗଣିବାକୁ ପଡିବ । ଆରଟିଓ କାର୍ଯ୍ୟାଳୟ ପରିସରକୁ ସ୍ୱଚ୍ଛ ରଖିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ପାନ ଛେପ ପକାଉଥିବା ଲୋକଙ୍କୁ ସିସିଟିଭିରେ ଚିହ୍ନଟ କରାଯାଇ ଜରିମାନା ଆଦାୟ କରାଯିବ । ଏପରିକି କାର୍ଯ୍ୟାଳୟ ନିକଟରେ ପାନ ଗୁଟଖା ବିକ୍ରି ଉପରେ ମଧ୍ୟ କଟକଣା ଲାଗୁ କରିବାକୁ ପଦକ୍ଷେପ ନିଆଯିବ ବୋଲି ରାଉରକେଲା ପରିବହନ ଅଧିକାରୀ କହିଛନ୍ତି ।

Related posts

ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ଚାଷୀ ସମାବେଶ ଅନୁଷ୍ଠିତ

mahabharatanews

ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତ ଓ ୨୬ ତମ ପ୍ରତିଷ୍ଠା ଦିବସ ପାଳନ

mahabharatanews

ମନୋରଞ୍ଜନ ପାଣିଗ୍ରାହୀ ହେଲେ ମୁଖ୍ୟ ଆୟକର କମିଶନର

mahabharatanews