(ମାଲକାନଗିରି/ସୂର୍ଯ୍ୟକାନ୍ତ ବେହେରା): ସମଗ୍ର ବିଶ୍ୱ କରୋନା ମହାମାରିରିରେ ସନ୍ତୁଳିତ ହୋଇ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାର ସୁଯୋଗ ନେଇ କିଛି ଚୋରା ବେପାରୀ ମହୁଲ ଚୋରା ଚାଲାଣ ଆରମ୍ଭ କରିଦେଇଛନ୍ତି । ଏହି ଖବର ଜିଲ୍ଲା ପ୍ରଶାସନ ନିକଟରେ ପହଁଚିବା ପରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କାର୍ଡଗଠନ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ ହୋଇଯାଇଛି । ଗତ ସାତଦିନ ମଧ୍ୟରେ ୫ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ଗୋଟିଏ ଟ୍ରାକ୍ଟର,ଦୁଇଟି ପିକଅପ ଗାଡି ସହ୧୫୦କ୍ୱିଟାଂଲ ମହୁଲ ଜବତ କରାଯାଇଛି ।
ଗୋଟିଏ ମାସ ମଧ୍ୟରେ ଜିଲ୍ଲା ଅବକାରୀ ବିଭାଗ ନିକଟରେ ମହୁଲଫୁଲ କ୍ରୟ ନିମନ୍ତେ୨୨ଜଣ ବ୍ୟବସାୟୀ ୧୫ଲକ୍ଷ ଟଙ୍କା ଜମାକରି ଲାଇସେନ୍ସ ପାଇଛନ୍ତି। ଏଥିମଧ୍ୟରୁ ମାଥିଲି ଅଚଂଳରୁ ୩ ଜଣ,କାଲିମେଳା ଅଚଂଳରୁ ୨ଜଣ,ବାଲିମେଳା ରୁ ୧ଜଣ,ମାଲକାନଗିରି ରୁ ୧୩ଜଣଙ୍କୁ ଘରୋଇ ଭାବେ ମହୁଳଫୁଲ କ୍ରୟ ନିମନ୍ତେ ଲାଇସେନ୍ସ ଦିଆଯାଇଛି । ଏହା ବ୍ୟତିତ ମାଲକାନଗିରି, ମାଥିଲି,ବାଲିମେଳା ଠାରେ ଥିବା ତିନୋଟି ସରକାରି ଦେଶି ମଦଭାଟି କୁ ମଧ୍ୟ ମହୁଲଫୁଲ କ୍ରୟ ନିମନ୍ତେ ଲାଇସେନ୍ସ ପ୍ରଦାନ କରାଯାଇଛି ।
ଅନ୍ୟପକ୍ଷେ ବ୍ୟବସାୟୀ ମାନେ ବିନା ଲାଇସେନ୍ସ ରେ ମହୁଲ ଫୁଲ ଯେପରି ଚାଲାଣ କରି ନ ପାରିବେ ସେଥି ନିମନ୍ତେ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି ବୋଲି ଜିଲ୍ଲା ଅବକାରି ବିଭାଗ ସୁପରିଟେଣ୍ଡେଣ୍ଟ ଶ୍ରୀ ସେଠ କହିଛନ୍ତି ।