ଭୁବନେଶ୍ୱର: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା କଳା ମାଧ୍ୟମରେ ଓଡିଆ ଫିଲ୍ମ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ପ୍ରଶଂସା କରିଛନ୍ତି । ଅସହାୟଙ୍କୁ ସବ୍ୟସାଚୀଙ୍କ ସହାୟତାର ହାତ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ । ଲକ ଡାଉନରେ ଫସିଥିବା ଅସହାୟ ଶ୍ରମିକମାନଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ଓଲିଉଡର କଳାକାର ସବ୍ୟସାଚୀ । ରାସ୍ତାରେ ଅସହାୟ ଅବସ୍ଥାରେ ଥିବା ଶ୍ରମିକ ମାନଙ୍କୁ ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରିବା ସହ ସେମାନଙ୍କ ଘରକୁ ଫେରିବା ବ୍ୟବସ୍ଥା ମଧ୍ୟ କରୁଛନ୍ତି। ସବ୍ୟସାଚୀଙ୍କ ଏହି ପ୍ରୟାସକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।
previous post
