ଓଡିଶା

ଅମୃତ ଦାଶ ମୃତ୍ୟୁ ଘଟଣାର ତଦନ୍ତରେ ତତ୍ପରତା ଆଣିବାକୁ ଦାବି କରିଛନ୍ତି ତାଙ୍କ ମା ଓ ଭାଇ

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ବୀପ) – ଅମୃତ ଦାଶ ମୃତ୍ୟୁ ଘଟଣାର ତଦନ୍ତରେ ତତ୍ପରତା ଆଣିବାକୁ ଦାବି କରିଛନ୍ତି ତାଙ୍କ ମା ଓ ଭାଇ। ସ୍ଥାନୀୟ ପୋଲିସ ଓ ଜଗତସିଂହପୁର ଏସପି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଗତ ବିଧାନସଭା ଶୀତକାଳୀନ ଅଧିବେଶନ ସମୟରେ କିରୋସିନି ଢାଳି ଆତ୍ମାହୁତୀ ଉଦ୍ୟମ କରିବା ପରେ ଜଗତସିଂହପୁର ଏସପି ଦେଇଥିବା ବୟାନ ମିଥ୍ୟା ବୋଲି ସେମାନେ ଦର୍ଶାଇଛନ୍ତି। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି ଆମ ପୁଅକୁ ହତ୍ୟା କରାଯାଇଥିବା ପ୍ରକାଶ କରିଛନ୍ତି। ଗତ ୨୦/୭/୧୯ ଅମୃତ ଦାଶଙ୍କୁ ୬ ଜଣ ଯୁବକ ଜଗତସିଂହପୁର ନେଇଥିଲେ। ସନ୍ଧ୍ୟାରେ ତିର୍ତ୍ତୋଲ ବାଲିପାଟଣା ନିକଟରେ ତାଙ୍କୁ ହତ୍ୟା କରି ଫୋପାଡି ଦେଇଥିଲେ। ଏହି ଘଟଣାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ପୋଲିସ ତଦନ୍ତ ରିପୋର୍ଟ ଦେଇଛନ୍ତି। ମାତ୍ର ଯେଉଁ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଉକ୍ତ ବାଇକ ଚଳାଉଥିବା ଯୁବକର କୌଣସି କ୍ଷତି ହୋଇନଥିଲା। ଦୁର୍ଘଟଣାର ପରଦିନ ଉକ୍ତ ଯୁବକ ଜଣଙ୍କ କୁଜଙ୍ଗ ବଜାରରେ ବୁଲୁଥିଲେ। ମାତ୍ର ସେ ପନ୍ଦର ଦିନ ଏସସିବିରେ ଚିକିତ୍ସିତ ହେଉଥିବା ଜଗତସିଂହପୁର ଏସପି ପ୍ରକାଶ କରିଛନ୍ତି। ପୂର୍ବରୁ ଏ ସମ୍ପର୍କରେ ମୁହଁ ଖୋଲି ନଥିବା ଏସପି ହଠାତ ଏଭଳି ମିଥ୍ୟା ତଥ୍ୟ ପ୍ରଦାନ କରିଥିଲେ। ତଦନ୍ତ ସମୟରେ ଅଭିଯୁକ୍ତ ମାନଙ୍କ ମୋବାଇଲ ଫୋନର ରେକର୍ଡ ଓ ଏସସିବି ମେଡିକାଲର ତଥ୍ୟକୁ ନିଆଯାଇନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସେମାନେ ସମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।

Related posts

ବିଷାକ୍ତ ଗ୍ୟାସ ଲିକ୍, ୮ ଗୁରୁତର

mahabharatanews

ଆଜି ଭୁବନେଶ୍ୱରରୁ ୨ ପଜିଟିଭ ଚିହ୍ନଟ

mahabharatanews

ସରିଲା ଲେଜର ସ୍କାନିଂ

mahabharatanews