ଓଡିଶା

କୋଣାର୍କ ଉତ୍ସବର ୨ୟ ଦିବସରେ ଇଣ୍ତୋନେସିଆ ବାଲିନିଜ ନୃତ୍ୟ

(ଜୟନ୍ତ କୁମାର ସେଠୀ)ଗୋପ: ମୁକ୍ତ ଅ।କାଶ ରଙ୍ଗ ମଂଚରେ ଅ।ୟୋଜିତ କୋଣାର୍କ ଉତ୍ସବ ୨୦୧୯ର ୨ୟ ସଂଧ୍ୟାରେ ପ୍ରଥମ ଉପସ୍ଥାପନା ଥିଲା ଇଣ୍ଡୋନେସିଅ।ରୁ ଅ।ସିଥିବା କଳାକାରଙ୍କ ଦ୍ଵାରା ରାମାୟଣ ମହାକାବ୍ୟ ଅଧାରିତ ସୀତା ହରଣ । ପରେ ପରେ ସୁବର୍ଣ୍ଣ ହରିଣୀ ପଛରେ ଶ୍ରୀରାମଙ୍କ ଅନୁଧାବନ, ଲକ୍ଷ୍ମଣ ବଡ ଭାଇ ଙ୍କୁ ସହାୟତା ଦେବା ପାଇଁ ପ୍ରସ୍ଥାନ, ଦଶାନନଙ୍କ ସୀତା ହରଣ,ଜଟାୟୁ ରାବଣଙ୍କୁ ପ୍ରତିରୋଧ କରିବା ପ୍ରତିଟି କଥାବସ୍ତୁକୁ ଅତିନିଖୁଣ ର ସହିତ ନୃତ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ ଏହି କଳାକାର ମାନେ । ଏହାପରେ ଇଣ୍ତୋନେସିଅ। କଳାକାରଙ୍କ ଦ୍ଵାରା ଅନ୍ତିମ ପର୍ୟ୍ୟାୟରେ ସେଲଟେ ସୋଗାରାନୃତ୍ୟ ମାଧ୍ୟମରେ ଓଡିଶା ସହିତ ଇଣ୍ଡୋନେସିଅ।ର ବାଣିଜ୍ୟିକ ସଂପର୍କକୁ ନୃତ୍ୟ ମାଧ୍ୟମରେ ମନେ ପକାଇ ଦେଇଥିଲେ ଏହିକଳାକାର ମାନେ।
ଦ୍ଵିତୀୟ ପର୍ୟ୍ୟାୟରେ ଗୁରୁ ଅ।ଲୋକ କାନୁନଗୋ ସଂରଚନାରେ ସିଂଜନ ନୃତ୍ୟାଳୟ କୋକଲତାରୁ ଅ।ସିଥିବା ନୃତ୍ୟାଙ୍ଗନା ମାନେ ବହ୍ମା ବିଷ୍ଣୁ, ମହେଶ୍ଵରଙ୍କ ସୂରୁପ ଅ।ଦିତ୍ୟଙ୍କ ଉପ।ସନା ପରିବେଷଣ କରିଥିଲେ । ପରେ ପରେ ଦେବୀ ଅ।ରାଧନା ସମ୍ଵଳିତ ଦଶ ମହାବିଦ୍ୟାକୁ ପରିବେଷଣ କରିଥିଲେ କଳାକାର ମାନେ । ଯାହାକି ଦେଶ ବିଦେଶରୁ ଅ।ସିଥିବା ପର୍ୟ୍ୟଟକ ମାନଙ୍କୁ ଅ।କୃଷ୍ଟ କରି ପାରିଥିଲା । ସେପଟେ ଏଠାକୁ ଅ।ସି ନୃତ୍ୟ ପରିବେଷଣ କରି ବେଶ ଉତ୍ସାହିତ ଥିଲେ କଳାକାର ମାନେ । ସେପଟେ ଏଠାରେ ନୃତ୍ୟ ପରିବେଷଣ କରି କଳାକାର ମାନେ ବି ବେଶ୍ ଉତ୍ସାହିତ ଥିବାର କହିଥିବା ବେଳେ କଳାକାର ମାନଙ୍କ ନୃତ୍ୟ ପରିବେଷଣ ଅତି ଉଚ୍ଚକୋଟୀର ଥିଲା ବୋଲି କହିଛନ୍ତି ଦର୍ଶକ ।
ଦ୍ଵତୀୟ ସଂଧ୍ୟାର କାର୍ୟ୍ୟକ୍ରମକୁ ଗଣଶିକ୍ଷାମଂତ୍ରୀ ସମୀର ରଜଂନ ଦାଶ ଉଦଘାଟନ କରିଥିବା ବେଳେ କଳକାର ମାନଙ୍କୁ ସମ୍ମାନିତ କରିଥିଲେ । ସେପଟେ କଳାକାରମାନଙ୍କର ନିଖୁଣ ନୃତ୍ୟ ଦେଖି ବେଶ୍ ଖୁସି ଅଛନ୍ତି ପର୍ୟ୍ୟଟକ , ଏହା ଦେଶର କଳାସଂସ୍କୃତିକୁ ବଂଚାଇ ରଖିବାରେ ସାହାର୍ୟ୍ୟ କରୁଛି ବୋଲି କହିଛନ୍ତି ପର୍ୟ୍ୟଟକ ।

Related posts

ରାଜ୍ୟରେ 18 ମାସରେ ମହିଳାଙ୍କ ବିରୁଦ୍ଧରେ ଘଟିଥିବା ହିଂସା ଜନିତ ମାମଲା 48 ହଜାର 789

mahabharatanews

ବର୍ଷାରେ ଘର ଭାଙ୍ଗିଥିବା ପରିବାରଙ୍କୁ ମିଳିଲା ପଲିଥିନ

mahabharatanews

ବହଳଦା ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews