ଓଡିଶା

ଅଲିଭ ରିଡଲେ କଇଁଚ୍ଛଙ୍କ ଶ୍ମଶାନ ପାଲଟିଛି ପାରାଦୀପ ବେଳାଭୂମି

ପାରାଦୀପ: ପାରାଦୀପ ସମୁଦ୍ର ବେଳାଭୂମିରେ ପଡିରହିଛି ଶତାଧିକ ମୃତ ଅଲିଭ ରିଡଲେ କଇଁଛ । ଫଳରେ ପୂତିଗନ୍ଧମୟ ପରିବେଶରେ ବେଳାଭୂମି ଅସ୍ୱାସ୍ଥ୍ୟକର ହୋଇ ପଡିଛି । ମୃତ କଇଁଛଗୁଡିକୁ ବିଭତ୍ସଭାବେ କାଉ ଖୁମ୍ପି ଖାଉଥିବାରୁ ଦୁର୍ଗନ୍ଧ ମୟ ପରିବେଶାକୁ ନେଇ ପର୍ଯ୍ୟଟକମାନେ ଉଦବେଗ ପ୍ରକାଶ କରିବା ସହ କଇଁଛଙ୍କ ମୃତ୍ୟୁକୁ ନେଇ ମାଛଧରା ବୋଟ ଉପରେ ଦୋଷାରୋପ କରିଛନ୍ତି । ଅନ୍ୟପଟେ ଟ୍ରଲର ମାଲିକ ସଂଘ ଏହାକୁ ଖଣ୍ଡନ କରି ମୃତ କଇଁଛଙ୍କ ପୋଷ୍ଟମର୍ଟମ କରିବାକୁ ଦାବି ଜୋର ଧରିଛି ।
ପ।।ରାଦୀପ ହନୁମାନ ମନ୍ଦିରଠାରୁ ଆରମ୍ଭ କରି ଜଟାଧାର ମୁହାଣ ପର୍ଯ୍ୟନ୍ତ ଶତ।।ଧିକ ସଂଖ୍ୟାରେ ଅଲିଭ ରିଡଲେ କଇଁଛ ମରି ପଡିଛନ୍ତି । ମୃତ କଇଁଛଗୁଡିକୁ କାଉମାନେ ଖୁମ୍ପି ଖାଇବା ସହ ଖଣ୍ଡବିଖଣ୍ଡିତ ଶରୀରରୁ ବେଳଭୂମିରୁ ନେଇ ଅନ୍ୟାନ୍ୟ ସ୍ଥାନରେ ପକାଉଛନ୍ତି । ଏତେ ସଂଖ୍ୟାରେ ମୃତ କଇଁଛଙ୍କ ଦେହ ପଚି ବେଳାଭୂମି ଦୁର୍ଗନ୍ଧରେ ଫାଟି ପଡୁଛି । ଫଳରେ ପର୍ଯ୍ୟଟକ ଏହି ବେଳାଭୂମିକୁ ଆସିବାକୁ ପସନ୍ଦ କରୁ ନାହାନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ସରକାର ମୃତ କଇଁଛଙ୍କୁ ଗାତ ଖୋଳି ନ ପୋତିବାରୁ ଏପରି ସ୍ଥିତି ସୃଷ୍ଟି ହେ।।ଇଥିବା ଲେ।।କେ ଅଭିଯୋଗ କରିବା ସହ ମାଛ ଧରା ବୋଟ ଉପରେ ପ୍ରଶାସନ ଅଙ୍କୁଶ ଲଗାଇବାରେ ବିଫଳ ହୋଇଥିବା ମତ ଦେଉଛନ୍ତି ।
ସାଧାରଣତଃ ନଭେମ୍ବର୧ରୁ ମେ ୩୧ ମଧ୍ୟରେ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପାଇଁ ସମୁଦ୍ରରେ ମାଛ ମାରିବା ଉପରେ କଟକଣା ଲଗାଯାଇଛି । ବରୁଣେଇ ଓ ଋଶିକୂଊ୍ୟା ମୁହାଣରେ କଇଁଛ ପ୍ରଶାନ୍ତ ମହାସାଗରରୁ ଅଣ୍ଡା ଦେବାକୁ ଆସିଥାନ୍ତି । ତେଣୁ ସେହି ସମୟରେ ସମୁଦ୍ର କୂଳଠାରୁ ୨୦ କିମି ପର୍ଯ୍ୟନ୍ତ ଟ୍ରଲର କିମ୍ବା ଯନ୍ତ୍ର ଚାଳିତ ବୋଟଗୁଡିକୁ ମାଛ ମାରିବା ନିଷେଧ କରାଯାଇଥିବା ବେଳେ କଇଁଛଙ୍କ ମୃତ୍ୟୁକୁ ନେି ମାଛ ଧରା ବୋଟ ଉପରେ ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Related posts

ଲକ୍ଷ୍ମୀ ବସ୍ ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

mahabharatanews

ମୁଖ୍ୟ ବିଚାରପତିଙ୍କ ଦ୍ୱାରା ନୂତନ କୋର୍ଟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ

mahabharatanews

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କୃଷକ ଦୀନବନ୍ଧୁ ରାଉତଙ୍କ ସ୍ମୃତିସଭା

mahabharatanews