ଓଡିଶା

ଅସ୍ତରଙ୍ଗରେ ମଦ ବିରୋଧୀ ସଚେତନତା ଶୋଭାଯାତ୍ରା

(ମହାଭାରତ, ଅସ୍ତରଙ୍ଗ): ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ତାଳଦା ପଞ୍ଚାୟତ ଏଡାବାଉଁଶରେ ଅବକାରୀ ବିଭାଗର ପ୍ରସ୍ତାବିତ ମଦ ଦୋକାନକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଛନ୍ତି । ଏନେଇ ଗୁରୁବାର ତାଳଦା ବିକାଶ ପରିଷଦର ସମସ୍ତ ସଭ୍ୟ, ସ୍ଥାନୀୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଯୁବ ଗୋଷ୍ଠୀ ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତାମାନେ ଏକାଠି ହୋଇଥିଲେ । ପୂର୍ବାହ୍ନ ୧୧ଟାରେ ମଦ ବିରୋଧରେ ଜନଜାଗରଣ ସୃଷ୍ଟି କରିବା ପାଇଁ ଏକ ସଚେତନତା ଶୋଭାଯାତ୍ରା ଆରମ୍ଭ କରିଥିଲେ । ସ୍ଥାନୀୟ ବୁଧେଶ୍ୱର ମନ୍ଦିର ନିକଟରୁ ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରିଥିଲା । ଅସ୍ତରଙ୍ଗ ବ୍ଲକ ଅଧିନରେ ବହୁ ଗାଁର ଯୁବପିଢୀ ଏବେ ନିଶା କବଳରେ ପଡିଛନ୍ତି । ସେମାନଙ୍କୁ ନିଶାମୁକ୍ତ ଜୀବନ ବଞ୍ଚିବାର ବାର୍ତ୍ତା ଦେଇ ଏହି ସଚେତନତା ଶୋଭାଯାତ୍ରାର ଅନୁଷ୍ଠିତ ହୋଇଥିଲା ।

Related posts

ରାଜ୍ୟରେ ବର୍ଷାର ସମ୍ଭାବନା 

mahabharatanews

କୂଅରେ ପଡିଯାଇଥିବା ଚିତା ବାଘକୁ ଉଦ୍ଧାର କଲା ବନ ବିଭାଗ

mahabharatanews

ଏଣିକି ସମସ୍ତ ଅଫିସରେ ଲାଗିବ ଏଆଇ କ୍ୟାମେରା

mahabharatanews