ଓଡିଶା

ଏସସିଏସ କଲେଜ ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଚେତାବନୀ

(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀରେ ଥିବା ବିଶ୍ୱକବି ରବିନ୍ଦ୍ର ନାଥ ଟାଗୋରଙ୍କ ପାଥେର ପୁରୀ ହଷ୍ଟେଲ ପାଚେରୀ ଭାଙ୍ଗି ସେଠାରେ ଜିଲା ପ୍ରଶାସନ କରୁଥିବା ରାସ୍ତା ନିର୍ମାଣ କାର୍ୟ୍ୟକୁ ନେଇ ବିରୋଧ ବଢ଼ିବାରେ ଲାଗିଛି। ତୁରନ୍ତ ଏଭଳି କାର୍ୟ୍ୟ ପୁରୀ ଜିଲା ପ୍ରଶାସନ ବନ୍ଦ କରିବା ପାଇଁ ଦାବି କରିଛି ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟି। ୭ ଦିନ ଭିତରେ ଏହି କାର୍ୟ୍ୟ ବନ୍ଦ କରାଯାଇ ପୂର୍ବଭଳି ଭଙ୍ଗା ପାଚେରିକୁ ନୂଆ କରି ନିର୍ମାଣ କରାନଗଲେ ଜୋରଦାର ଆନ୍ଦୋଳନ ହେବ ବୋଲି ସାମ୍ବାଦିକ ସମିଳନୀ କରି ଚେତାବନୀ ଦେଇଛି ଛାତ୍ର କ୍ରିୟାନୁଷ୍ଠାନ କମିଟି। ସଂଗଠନ କହିଛି ଯେ ବିଶ୍ୱକବି ରବିନ୍ଦ୍ର ନାଥ ଟାଗୋର ପୁରୀର ପାଥେର ପୁରୀ ଗୃହରେ ରହିବା ବେଳେ ନୋବେଲ ପାଇଥିବା କାବ୍ୟ ‘ଗୀତାଞ୍ଜଳି’ର କିଛି ଅଂଶ ଏଠାରେ ରଚନା କରିଥିଲେ। ପରବର୍ତ୍ତୀ ସମୟରେ ସେ ଛାତ୍ର ସମାଜର ଉନ୍ନତି ପାଇଁ ନିଜ ଗୃହକୁ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ପ୍ରଦାନ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହାର ପୁନରୁଦ୍ଧାର କରି ଓ ବିଶ୍ୱକବି ରବିନ୍ଦ୍ର ନାଥ ଟାଗୋରଙ୍କ ସ୍ମୃତି ସଂରକ୍ଷିତ ରଖିବା ପରିବର୍ତ୍ତେ ପ୍ରଶାସନ ପକ୍ଷରୁ ଉକ୍ତ ଜାଗାରେ କିଛି ଘରୋଇ ହୋଟେଲର ସ୍ୱାର୍ଥ ରକ୍ଷା ପାଇଁ ରାସ୍ତା ନିର୍ମାଣ କରାଯାଉଛି। ତେବେ ପୁରୀ ଜିଲ୍ଲା ପ୍ରଶାସନ କରୁଥିବା ବେଆଇନ କାର୍ୟ୍ୟ ବନ୍ଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ଏସସିଏସ କଲେଜର ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି ।

Related posts

ମହାରାଷ୍ଟ୍ରରେ ଆଉ ୨ କରୋନା ପଜିଟିଭ୍

mahabharatanews

ଯଦୁପୁର ପୋଖରି ଶୁଖାଇବ ଏସଆଇଟି

mahabharatanews

ଆସିଲା ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ,

mahabharatanews