Uncategorized

ଆଇଜି ପାର୍କ ଚିଡିଆଖାନା ବିଶୋଧନ ଆରମ୍ଭ

ମହାଭାରତ/ ଭୁବନେଶ୍ୱର: ପୂର୍ବରୁ କୁହାଯାଉଥିଲା ପଶୁ ପକ୍ଷୀଙ୍କୁ କରୋନା ଭୂତାଣୁ ଭୟ ନାହିଁ । କିନ୍ତୁ ବିଦେଶରେ ବାଘ ଓ କୁକୁର ଶରୀରରେ କୋଭିଡ -୧୯ ଭୁତାଣୁ ମିଳିବା ପରେ ସାରା ବିଶ୍ୱ ପାଇଁ ଏହା ଆହୁରି ଚିନ୍ତା ବଢାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ଚିଡିଆଖାନାରେ ରହୁଥିବା ପଶୁପକ୍ଷୀଙ୍କ ଉପରେ କଡା ନଜର ରଖିବାକୁ ସେଣ୍ଟ୍ରାଲ ଜୁ ଅଥରିଟି ଅଫ ଇଣ୍ଡିଆ ନିର୍ଦେଶନାମା ଜାରି କରିଛିନ୍ତି । ଏଥିନେଇ ଇନ୍ଦିରା ଗାନ୍ଧୀ (ଆଇଜି ) ପାର୍କ ଚିଡ଼ିଆଖାନାରେ ରହୁଥିବା ପଶୁ ପକ୍ଷୀ ଯେପରି କୋଭିଡ ୧୯ ଭୂତାଣୁରେ ସଂକ୍ରମଣ ନ ହୁଅନ୍ତି ସେଥିପାଇଁ ଆରଏସପି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦ୍ୟାନ କୃଷି ବିଭାଗର ଉପ ମହାପ୍ରବନ୍ଧକ ଡାକ୍ତର ଅଭିଜିତ ବିଶ୍ୱାସଙ୍କ ନେତୃତ୍ୱରେ ଗଠିତ ଟିମ ଚିଡ଼ିଆଖାନା ପରିସର ସମେତ ଅନ୍ୟାନ୍ୟ ଅଂଚଳକୁ ବିଶୋଧନ କରୁଛନ୍ତି । ଭିରକନ ଏସ ନାମକ ଆଣ୍ଟି ଭାଇରସ ମେଡ଼ିସିନ ସିଞ୍ଚନ କରାଯାଉଛି । ଏଥିସହ ଚିଡିଆଖାନା ପରିସରର ପରିସ୍କାର ପରିଚ୍ଛନ୍ନକୁ ଗୁରୁତ୍ୱ ଦିଆଯାଉଛି ।

ପ୍ରତ୍ୟହ ଚିଡିଆଖାନା ବିଶୋଧନ ସହ ପଶୁ ପକ୍ଷୀଙ୍କ ଗତିବିଧି ଉପରେ କର୍ମଚାରୀ ମାନେ କଡା ନଜର ରଖିଛନ୍ତି । ସେଣ୍ଟ୍ରାଲଜୁ ଅଥରିଟି ଅଫ ଇଣ୍ଡିଆର ମାର୍ଗଦର୍ଶିକାକୁ କଡାକଡ଼ି ପାଳନ କରାଯାଉଛି ବୋଲି ଡାକ୍ତର ବିଶ୍ୱାସ କହିଛନ୍ତି ।

Related posts

ସିଆଇଏସଏଫ ପ୍ରୋଟୋକଲ ବ୍ରେକ: ସୋମନାଥଙ୍କ ମୋବାଇଲ ଜବତ

mahabharatanews

ରେଳବାଇ ପକ୍ଷରୁ ଚୀନ ସହ ହୋଇଥିବା ପ୍ରକଳ୍ପ ରଦ୍ଦ

mahabharatanews

ଟ୍ରାକ୍ଟର ରାଲିରେ ହିଂସା ପଛରେ  ପଞ୍ଜାବୀ ଅଭିନେତାଙ୍କ ହାତ

mahabharatanews