ଓଡିଶା

ଆଇଟିଆରରେ ପାକିସ୍ତାନୀ ଟଙ୍କା

ବାଲେଶ୍ୱର: ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ପାଇଛି ବହୁ ସାଂଘାତିକ ତଥ୍ୟ । ଚାନ୍ଦିପୁର ଆଇଟିଆରରୁ ମିଳିଛି ପାକିସ୍ତାନୀ ଟଙ୍କା । ଉତ୍ତରପ୍ରଦେଶ ହ୍ୟାଣ୍ଡଲରଙ୍କ ଜରିଆରେ ପାକିସ୍ତାନରୁ ଟଙ୍କା ଆସି ଚାନ୍ଦିପୁରରେ ପହଞ୍ଚିଛି । ବାଂଲାଦେଶୀ ସ୍ଲିପର ସେଲ୍ ଜରିଆରେ ମଧ୍ୟ ଟଙ୍କା ଦିଆଯାଇଥିବା କ୍ରାଇମବ୍ରାଞ୍ଚ ତଥ୍ୟ ପାଇଛି। ଏହି ବାଂଲାଦେଶୀଙ୍କ ଉପରେ ନଜର ରଖାଯିବା ସହ ସ୍ଲିପର ସେଲର ସନ୍ଧାନ କରୁଛି କ୍ରାଇମ ବ୍ରାଞ୍ଚ । ଏଥିସହ ଟଙ୍କା କାରବାର ସମ୍ପର୍କରେ ବିଭିନ୍ନ ବ୍ୟାଙ୍କକୁ ତଥ୍ୟ ମଗାଯାଇଛି ।
ଅନ୍ୟପଟେ କେଉଁ କେଉଁ ତଥ୍ୟ ଲିକ୍ ହୋଇଛି ଏବଂ ତାହାର ଗୁରୁତ୍ୱ କଣ, ସେସବୁର ତର୍ଜମା ପାଇଁ ଏୟାରଫୋର୍ସର ଏକ ୩ ଜଣିଆ ଟିମ୍ କଟକରେ ପହଞ୍ଚିଛି । ଏହି ଟିମ ୫ ଘଣ୍ଟା ଧରି ଅଭିଯୁକ୍ତଙ୍କ ମାରାଥନ ଜେରା କରିଛି । ଅନ୍ୟପଟେ ଉତ୍ତରପ୍ରଦେଶରେ ରହିଥିବା ପାକିସ୍ତାନୀ ହ୍ୟାଣ୍ଡଲର ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ସୂଚନା ରହିଛି । ବର୍ତ୍ତମାନ ସେ ହ୍ୟାଣ୍ଡଲରଙ୍କୁ ଠାବ କରିବା ଆଉ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେନେଇ କ୍ରାଇମବ୍ରାଞ୍ଚ ଜେରା ଆଗକୁ ବଢାଇଛି ।

 

Related posts

୮୦ଟି ପରୀକ୍ଷା କେନ୍ଦ୍ରରେ ଚାଲିଛି ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା

mahabharatanews

ଆସୁଛି ଦୁଇଟି ଲଘୁଚାପ; ଓଡ଼ିଶାରେ ବର୍ଷା ସମ୍ଭାବନା

mahabharatanews

ପ୍ରକାଶ ପାଇଲା ଡିସେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ

mahabharatanews