ଓଡିଶା

ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ

(ମମତା ସାମଲ ): ରାଜ୍ୟରେ ଆଉ ୨୬ ଜଣ କରୋନର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପହଞ୍ଚି ଯାଇଛି।ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ଗଞ୍ଜାମର ହୋଇଥିବା ବେଳେ କେନ୍ଦ୍ରାପଡ଼ାର ୫ ଓ ଭଦ୍ରକର ୨ ଜଣ ଅଛନ୍ତି। ଏହା ସହିତ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚି ଯାଇଛି। ୪୭ ଜଣ ଯାକ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି କେନ୍ଦ୍ରାପଡ଼ା ଆକ୍ରାନ୍ତଙ୍କ ସଂଖ୍ୟା ୮ (୨ସୁସ୍ଥ, ୬ ଚିକିତ୍ସାଧୀନ)ରେ ପହଞ୍ଚି ଥିବା ବେଳେ ଭଦ୍ରକରେ ଏହି ସଂଖ୍ୟା ୨୩ (୧୨ ସୁସ୍ଥ, ୧୧ ଚିକିତ୍ସାଧୀନ)ରେ ପହଞ୍ଚିଛି।ଏହି ନୂଆ ଆକ୍ରାନ୍ତଙ୍କ ସହିତ ଗଞ୍ଜାମ ଜିଲ୍ଲା ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି। ଯାଜପୁରରେ ସର୍ବାଧିକ ୫୫ ଜଣ (ଜଣେ ସୁସ୍ଥ, ୫୪ ଚିକିତ୍ସାଧୀନ) କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା। ଏଠାରେ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ଜଣ ସୁସ୍ଥ ହୋଇଥିବା ବେଳେ ୧୬ ଜଣ ଚିକତ୍ସାଧୀନ ଅଛନ୍ତି। ସେହିପରି ୨ ଜଣଙ୍କ ମୃତ୍ୟୁ ଘଟିଛି।ରାଜ୍ୟରେ ଏଯାବତ୍ ଚିହ୍ନଟ ହୋଇଥିବା ୨୪୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୮୧ ଟି କେସ୍ ସକ୍ରିୟ ରହିଛି ଓ ୨ ଜଣଙ୍କ ମୃତ୍ୟୁ ଘଟିଛି।

Related posts

ହୋଟେଲ କାର୍ଯ୍ୟାଳୟରୁ ଚୋରି ଘଟଣା: ୩୨ ଲକ୍ଷ ଟଙ୍କା ଓ ୪ଟି ମୋବାଇଲ ଫୋନ ଜବତ

mahabharatanews

ମୃତ୍ୟୁସଂଖ୍ୟା ୨୦୭କୁ ବୃଦ୍ଧି

mahabharatanews

କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ: ବିଏମସି କମିଶନରଙ୍କ ନାମରେ ଏଫଆଇଆର

mahabharatanews