ଓଡିଶା

କୁଆ ପଥର ମାଡରେ ଯୁବକ ମୃତ

ରାୟଗଡ଼ା: କୁଆପଥର ମାଡ଼ରେ ଯୁବକ ମୃତ । ମୃତ ଯୁବକ ହେଲେ ଚିତା ମାଝି (୪୫) । ଚିତାଙ୍କ ଘର କାଶୀପୁର ବ୍ଲକ ମୁନୁସ ଗାଁ ପଞ୍ଚାୟତର କବାସିଲ ଗ୍ରାମରେ । ଆଜି ସକାଳେ କାଶୀପୁର ପୁଲିସ ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଚିତା ଗତକାଲି କସନାଦୋରା ଗ୍ରାମରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ଚିତା ମାଝି ସନ୍ଧ୍ୟାରେ ନିଜ ଘରୁକୁ ଫେରୁଥିବା ସମୟରେ ବର୍ଷା ହୋଇଥିଲା । ସମୟକ୍ରମେ ବର୍ଷା ବଢିବା ସହ କୁଆ ପଥର ମାଡ଼ ହେବା ଯୋଗୁ ଚିତା ଅସୁସ୍ଥ ହୋଇ ପଡ଼ିଥିଲା । ରାତି ତମାମ ଗୁରୁତର ଅବସ୍ଥାରେ ଚିତା ପଡ଼ି ରହିବା ଯୋଗୁ ·ନ୍ଦଗିରି ନିକଟରେ ମୃତ୍ୟୁ ହୋଇଥିଲା । ଆଜି ସକାଳେ ଗାଈ ଚରାଳି ତାଙ୍କ ମୃତ ପଡିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଁ୍ଚି ମୃତ ଦେହ ଜବତ କରିଛି । ଏହି ଘଟଣା ସେହି ଅଞ୍ଚଳରେ ·ଞ୍ଚଲ୍ୟ ଖେଳାଇ ଦେଇଛି ।

Related posts

ଟ୍ରେନରେ ଜନ୍ମ ନେଲା ପୁତ୍ର ସନ୍ତାନ

mahabharatanews

୫ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତ

mahabharatanews

ନିଲମ୍ବିତ ହେଲେ ୩ କନେଷ୍ଟବଳ

mahabharatanews