ଓଡିଶା

ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷ ଠାରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି , ଆରକ୍ଷୀ ଅଧୀକ୍ଷକ ଗଞ୍ଜାମ  ଶୁଭେନ୍ଦୁ କୁମାର ପାତ୍ର, ଭଞ୍ଜନଗର ଉପ ଜିଲ୍ଲାପାଳ  ଉମାଶଙ୍କର ବେହେରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଭଞ୍ଜନଗର ରଞ୍ଜନ କୁମାର ଦେ , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମମତା ଭୋଳ, ତହସିଲଦାର  କଳାକୃଷ୍ଣ ପ୍ରଧାନ, ଗୋଷ୍ଠୀ  ଉନ୍ନୟନ ଅଧିକାରୀ ହରି ଶିଙ୍ଗାପୁରମ  ,ଯୋଗଦେଇ ମୋଟ ୧୬୬ଟି ଅଭିଯୋଗର ଶୁଣାଣୀ କରିଥିଲେ । ୫ଟି ଅଭିଯୋଗର ସମାଧାନ ଶିବିରରେ କରାଯାଇଥିବା ବେଳେ ଅନ୍ଯ ଅଭିଯୋଗର ତ୍ବରିତ୍ ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି  । ରେଡକ୍ରସ୍ ପାଣ୍ଠିରୁ ୪ ଜଣ ବ୍ଯକ୍ତିଙ୍କୁ ଆର୍ଥିକ ସହାୟତା ୨୫୦୦୦ ଟଙ୍କା ଯୋଗାଇ ଦିଆଯାଇଥିଲା ସ୍ଥାନୀୟ ଜନସାଧାରଣ ଶିକ୍ଷା,କୃଷି, ସ୍ବାସ୍ଥ୍ଯ, ଭତ୍ତା, ଖାଦ୍ଯ ସୁରକ୍ଷା, ଗୃହ ନିର୍ମାଣ, ଜିବିକା ମିଶନ୍, ରାଜସ୍ବ, ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ଯା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅବଗତ କରିଥିଲେ ।

ଏହି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବେଲଗୁଣ୍ଠା ବ୍ଲକର ସମସ୍ତ ଅଧିକାରୀ,  ପ୍ରଶାସନ ତଥା ସରକାରୀ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବେଲଗୁଣ୍ଠା ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ଜନଶୁଣାଣୀ ପରିଚାଳନାରେ ସହଯୋଗ କରିଥିଲେ।

Related posts

ପାରାଦୀପ ବନ୍ଦର ରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଅଭିଜ୍ଞତାମୂଳକ ଶିକ୍ଷାର ପ୍ରଦର୍ଶନ ପୂର୍ବକ ଏକ TLM ମେଳା ଆୟୋଜନ

mahabharatanews

ରଜକ ସେବା ସଙ୍ଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି

mahabharatanews

ତୃତୀୟ ଲହର ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ: ଡିଏମଇଟି

mahabharatanews