ଓଡିଶା

ଆକ୍ରମଣକାରୀକୁ ଗିରଫ କରିବାରେ ପୋଲିସର ଟାଳଟୁଳ ନୀତି ଅଭିଯୋଗ

(ସାଲେପୁର/ତାରାକାନ୍ତ ନାୟକ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଧନ ପୁର ପଞ୍ଚାୟତ ମାରଡା ଗ୍ରାମରେ ଗତ ୨୦ ତାରିଖରେ ଏକ ପାରିବାରିକ କଳହ ଗୋଷ୍ଠି ସଂଘର୍ଷ ରୂପ ନେଇଥିଲା। ଏହି ଘଟଣାରେ ଏକାଧିକ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାରେ ଗୁରୁତର ଆହତ ଭାରତୀ ଜେନା ତାଙ୍କ ସ୍ୱାମୀଙ୍କ ସହିତ ପରିବାର ଲୋକଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଆକ୍ରମଣ କାରୀଙ୍କୁ ଗିରଫ କରିବା ସହ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନେମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତ ବ୍ୟକ୍ତି ଜଗନ୍ନାଥ ଜେନା ନିଜ ଗ୍ରାମରେ ବୁଲା ବୁଲି କରୁଛି। ସେ ଭାରତୀଙ୍କ ପରିବାରକୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଉଛି। କିନ୍ତୁ ନେମାଳ ପୋଲିସ ଆସମୀକୁ ଗିରଫ ନ କରି ତା ପ୍ରତି ନରମ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହଉଛି। ମାତ୍ର ପୋଲିସ ଅଦ୍ୟାବଧି କୌଣସି ପ୍ରକର କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରି ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଯଥା ଶୀଘ୍ର ଆସାମୀକୁ ଗିରଫ ନକଲେ ବାଧ୍ୟହୋଇ ନେମାଲ ଥାନା ସମ୍ମୁଖରେ ଧାରଣା ଦେବେବୋଲି ଭାରତୀ ଜେନା କହିଛନ୍ତି।

Related posts

ସର୍ଟ ସର୍କିଟରୁ ନିଆଁ ଲାଗି ଛାତ୍ରୀ ମୃତ

mahabharatanews

ହତ୍ୟା ଅଭିଯୁକ୍ତର ଜେଲରେ ମୃତ୍ୟୁ

mahabharatanews

ନବୀନଙ୍କ ଉତ୍ତରାଧିକାରୀ ନେଇ ବଡ କଥା କହିଲେ ସମ୍ବିତ ରାଉତରାୟ ।

mahabharatanews