(ମୁମ୍ବାଇ) : ପରଲୋକରେ ଜଣାଶୁଣାବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ବାପା ଜ୍ୟୋତିଶାଚାର୍ଯ୍ୟ ତଥା ପି ଖୁରାନା । ଆଜି ସକାଳେ ଚଣ୍ଡିଗଡ଼ରେ ଦେହାନ୍ତ ହୋଇଛି। ଜ୍ୟୋତିଶାଚାର୍ଯ୍ୟ ପି ଖୁରାନା ଥିଲେ। ଦେହାନ୍ତ ପରେ ଆଜି ସନ୍ଧ୍ୟା ପ୍ରାୟ ୫.୩୦ରେ ତାଙ୍କର ଅନ୍ତିମସଂସ୍କାର କରାଯିବ। ଚଣ୍ଡିଗଡ଼ର ମଣିମାଜରା ଶ୍ମଶାନରେ ତାଙ୍କୁ ଅନ୍ତିମ ବିଦାୟ ଦେବେ ପରିବାର।
ସୂଚନାନୁଯାୟୀ , ଗତ ୨ଦିନ ଧରି ପି ଖୁରାନା ପଞ୍ଜାବର ମୋହାଲିରେ ଥିବା ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହୃଦ୍ରୋଗ ଯୋଗୁଁ ସେ ୨ଦିନ ହେଲାଣି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
