ଭାରତମନୋରଞ୍ଜନ

ଫିଲ୍ମ ‘ଦ କେରଳ ଷ୍ଟୋରି’କୁ କରଛାଡ଼ କଲେ ମୁଖ୍ୟମନ୍ତ୍ରୀ

(ମଧ୍ୟପ୍ରଦେଶ) : ଫିଲ୍ମ ‘ଦି କେରଳ ଷ୍ଟୋରି’କୁ କରମୁକ୍ତ ଘୋଷଣା କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ । ଗତକାଲି ଅର୍ଥାତ ଶୁକ୍ରବାର ଦିନ ଏହି ଫିଲ୍ମଟି ରିଲିଜ ହୋଇଥିବା ବେଳେ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ତେବେ ଏନେଇ ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ ଚୌହାନ୍‌ ଲେଖିଛନ୍ତି: ଆତଙ୍କବାଦର ଭୟାବହ ସତ୍ୟତାକୁ ଉନ୍ମୁକ୍ତ କରିଥିବା ‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ରକୁ ମଧ୍ୟପ୍ରଦେଶରେ କରମୁକ୍ତ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହିତ ସେ ନିଜସ୍ବ ଭିଡିଓ ମଧ୍ୟ ସେୟାର୍‌ କରିଛନ୍ତି।

 

ସୂଚନାନୁଯାୟୀ,ବିଜ୍ଞାପନ ପ୍ରକାଶ ପାଇବା ଦିନଠାରୁ ଏହାକୁ ନେଇ ବିବାଦ ଥମିବାର ନାଁ ନେଉନି  । ଫିଲ୍ମର  ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । ମେ ୫ ତାରିଖରେ ଏହାର ଉନ୍ମୋଚନ ହେବାକୁ ଥିବାବେଳେ ସେନ୍ସର ବୋର୍ଡ ଏହାକୁ ଦେଇଛି ‘ଏ’ ସାର୍ଟିଫିକେଟ୍ ହିନ୍ଦୁ ଦେବଦେବୀଙ୍କ ସମ୍ପର୍କରେ କିଛି ଅନୁପଯୁକ୍ତ ବାର୍ତ୍ତାଳାପ ଥିବା ଏକ ଦୃଶ୍ୟ ହେଉଛି କଟାଯାଇଥିବା ସୂଚନା ମିଳିଛି ।

Related posts

ଶପଥ ଗ୍ରହଣ କରିବାକୁ ସଞ୍ଜୟ ସିଂଙ୍କୁ ଅନୁମତି

mahabharatanews

ବନ୍ଦ ହେଲା ଦିଲ୍ଲୀ ସ୍ଥିତ ଆଫାଗାନିସ୍ଥାନ ଦୂତାବାସ

mahabharatanews

‘ଜି୨୦’ ବୈଠକକୁ ବିରୋଧ କଲା ଚୀନ

mahabharatanews