Uncategorized

ଆଗ୍ରାରେ ୧୩ କୋରୋନା ସନ୍ଦିଗ୍ଧ ଚିହ୍ନଟ

ଆଗ୍ରା: କୋରୋନା ଭୂତାଣୁକୁ ନେଇ ଦିଲ୍ଲୀର ନୋଏଡାରେ ଆତଙ୍କ ଖେଳି ଯାଇଥିବା ବେଳେ ଆଗ୍ରାରେ ମଧ୍ୟ ସ୍ଥିତି ସମାନ ରହିଛି । ଆଗ୍ରାରେ କୋରେନାରେ ୬ ଜଣ ସନ୍ଦିଗ୍ଧ ମିଳିଛନ୍ତି । ଏହି ସମସ୍ତ କୋରେ।।ନା ସନ୍ଦିଗ୍ଧ ଇଟାଲିରୁ ଆସିଥିବା ବ୍ୟକ୍ତି ସଂସ୍ପର୍ଶରେ ଆସିଥିଲେ, ଯିଏ କୋରୋନା ସଂକ୍ରମିତ । ସମସ୍ତଙ୍କୁ ଆଇସୋଲେସନ ୱ।।ର୍ଡରେ ରଖାଯାଇଛି ଓ ସେମାନଙ୍କ ସାମ୍ପୁଲ ମେଡିକାଲ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଗ୍ରାରେ ମୋଟ ୧୩ ଜଣ ଲୋକଙ୍କଠାରେ କୋରୋନା ଭୂତାଣୁର ଲକ୍ଷଣ ମିଳିଛି । ସମସ୍ତ ୧୩ ଜଣଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇ ସେମାନଙ୍କ ନିରୀକ୍ଷଣ ଚାଲିଛି । ସେମାନଙ୍କ ସାମ୍ପୁଲ ନାସନାଲ ଇନ୍ଷ୍ଟିଚ୍ୟୁଟ ଅଫ ବେରିଲୋଜିକୁ ପଠାଇ ଦିଆଯାଇଛି । ଏଥିସହ ଏହି ୧୩ ଜଣଙ୍କ ସମ୍ପର୍କରେ ଅ।।ସିଥିବା ଲୋକଙ୍କ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଯାଇଛି ।

ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସିଂହ କହିଛନ୍ତି, ସମସ୍ତ ୧୩ ସନ୍ଦିଗ୍ଧଙ୍କୁ ଆଜି ସକାଳେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ପଠାଇ ଦିଆଯାଇଛି ଓ ସେମାନଙ୍କ ପରିବାର ବର୍ଗ ଓ ସମ୍ପର୍କୀୟଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି ।

Related posts

ଦୁଇ ବସ ଧକ୍କା, ୭ ମୃତ

mahabharatanews

ଶିକ୍ଷୟିତ୍ରୀଙ୍କୁ ଦଉଡିରେ ବାନ୍ଧି ପିଟିଲେ ଟିଏମସି ନେତା

mahabharatanews

ପରଲୋକରେ ଅଭିନେତା ରାଜୀବ କପୁରଙ୍କ

mahabharatanews