Uncategorized

ଦୁଇ ବସ ଧକ୍କା, ୭ ମୃତ

ଆଗ୍ରା: ରବିବାର ବିଳମ୍ବିତ ରାତିରେ ଆଗ୍ରା ହାଇୱେରେ ୨ଟି ବସ ଧକ୍କା ହେବା ଫଳରେ ୭ ଜଣଙ୍କମୃତ୍ୟୁ ହୋଇଯାଇଛି। ୧୦ ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଏକ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବରଯାତ୍ରୀମାନେ ବିବାହରୁ ଏକ ବସ ଯୋଗେ ଚନ୍ଦୋସୀରୁ ବହଜୋଇ ଛପରା ଗାଁରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି ।
ଆଗ୍ରା ହାଇୱେର ମଝାବଲୀ ନିକଟରେ ଗୋଟିଏ ବସର ଟାୟାର ପମ୍ପଚର ହୋଇଯାଇଥିଲା। ଚାଳକ ଓ ସହାୟକ ଚାୟାର ଠିକ କରୁଥିବା ବେଳେ ପଛରୁ ଆସୁଥିବା ଏକ ବରଯାତ୍ରୀ ବସ ଧକ୍କା ଦେଇଥିଲା। ଲୋକଙ୍କ ଚିକ୍ରାର ଶୁଣି ନିକଟବର୍ତ୍ତୀ ଗାଁର ଲୋକେ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ହିଁ ୭ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ୧୦ ଆହତଙ୍କୁ ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related posts

ଅ।ଙ୍ଗୁଠି କଳାପଣ ଯୋଗୁଁ ଚିନ୍ତାରେ ରହିଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

mahabharatanews

କିଚେନ ଗାର୍ଡେନରେ ଲଗାନ୍ତୁ ଏହିସବୁ ଗଛ

mahabharatanews

ଆସନ୍ତା ୧୮ରେ ନିର୍ଭୟା ଗଣଦୁଷ୍କର୍ମକାରୀର ଆବେଦନ ଶୁଣାଣୀ

mahabharatanews