ଓଡିଶା

ଆଜି ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ, ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୭୦୫କୁ ବୃଦ୍ଧି

(ମହାଭାରତ/ଭୁବନେଶ୍ୱର): ଓଡ଼ିଶାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ସେହି ଅନୁପାତରେ ଆରୋଗ୍ୟଙ୍କ ହାର ମଧ୍ୟ ବଢିଛି । ଆଜି ରାଜ୍ୟର ୨୦ଟି ଜିଲ୍ଲାରୁ ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୮ ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୫୭୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୩୭ ଜଣ ସୁସ୍ଥ ହୋଇଥିବା ବେଳେ ଗଜପତି ଜିଲ୍ଲାରୁ ୧୯ ଜଣ ବ୍ୟକ୍ତି ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ସେହିପରି କଟକ ଜିଲ୍ଲାରୁ ୧୮ ଜଣ, ଜଗତ୍ସିଂହପୁର ୧୮, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ ଲେଖାଏଁ, ଢେଙ୍କାନାଳରୁ ୧୦ ଜଣ, ଯାଜପୁର ୮, ବରଗଡ଼ ୭, ମୟୂରଭଂଜ ୬, ରାୟଗଡ଼ା ୫, ବାଲେଶ୍ୱର ଓ କନ୍ଧମାଳ ଜିଲ୍ଲାରୁ ୩ ଜଣ ଲେଖାଏଁ, ପୁରୀରୁ ୨ ଜଣ ଏବଂ ଦେବଗଡ଼, ଝାରସୁଗୁଡ଼ା, ମାଲକାନଗିରି, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ୟ୍ୟନ୍ତ ୨ ଲକ୍ଷ ୮୧ ହଜାର ୫୨୩ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ଆଜି ପର୍ୟ୍ୟନ୍ତ ମୋଟ ୮୧୦୬ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ, ୫୭୦୫ ଜଣ ସୁସ୍ଥ ହୋଇଛନ୍ତି। ଅବଶିଷ୍ଟ ୨ହଜାର ୩୬୪ ଜଣ ସକ୍ରିୟ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Related posts

ବେଆଇନ ବାଲି ଚାଲାଣ ବେଳେ ଟ୍ରାକ୍ଟର ଜବତ

mahabharatanews

ବସ୍ ଧର୍ମଘଟ ପ୍ରତ୍ୟାହାର

mahabharatanews

ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରେ  ସଂଖ୍ୟା ୩୨୭କୁ ବୃଦ୍ଧି

mahabharatanews