ଓଡିଶା

ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରେ  ସଂଖ୍ୟା ୩୨୭କୁ ବୃଦ୍ଧି

(ଭୁବନେଶ୍ୱର) : ରାଜ୍ୟରେ ଡେଙ୍ଗୁ ପରେ ବଢିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ଆତଙ୍କ । ଏହା ସହ ସୁନ୍ଦରଗଡ଼ରେ ଏହି ସ୍କ୍ରବ୍ ଟାଇଫସ୍ ଆତଙ୍କ ରଚିଛି । ତେବେ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଆଉ ୨୦ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୭କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ଗତକାଲି ୪ଜଣ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ସୂଚନାନୁଯାୟୀ , ଏହି ରୋଗ ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି । ସୁନ୍ଦରଗଡ଼ ଜିଲ୍ଲାରେ ଏହି ସଂକ୍ରମଣ ଅଧିକ ପରିମାଣରେ ଘଟୁଛି । କିଛି ଦିନ ପୂର୍ବରୁ ସ୍କ୍ରବ୍ ଟାଇଫସ୍ ର ସ୍ଥିତି ପରଖିବା ପାଇଁ ଏକ ୪ଜଣିଆ କେନ୍ଦ୍ରୀୟ ଟିମ୍ ଜିଲ୍ଲାରେ ପହଞ୍ଚିଥିଲେ ।

Related posts

‘ଓଡ଼ିଆ ଚରିତକୋଷ’ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଗ୍ରନ୍ଥାଗାରିକ ତଥା ଗବେଷକ ନଗେନ୍ଦ୍ର ନାଥ ମହାନ୍ତିଙ୍କ ପରଲୋକ

mahabharatanews

ସ୍ଥିର ଅଛି ଜଳସ୍ତର, ହୀରାକୁଦର ୧୪ଟି ଗେଟ୍ ଖୋଲା

mahabharatanews

ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗୁ ହେବ ଅନଲାଇନ୍ ସମନ୍ୱିତି ମନ୍ଦିର ପରିଚାଳନା ବ୍ୟବସ୍ଥା ବା ଆଇଟିଏମଏସ

mahabharatanews