ଓଡିଶା

ଆଜି ମାଆ ସମଲେଶ୍ୱେରୀଙ୍କ ଧବଳାମୁଖୀ ବେଶ

(ସମ୍ବଲପୁର) :  ପିତୃପକ୍ଷରେ ଦେବତା ମାନେ ମଧ୍ୟ ପିଣ୍ତଦାନ କରନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେମହାଳୟା ଅବସରରେ ସମ୍ବଲପୁର ଅଧିଷ୍ଠାତୀ ଦେବୀ ମାଆ ସମଲେଶ୍ୱେରୀ ଧବଳାମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ତେବେ କେବଳ ବର୍ଷର ଗୋଟିଏ ଦିନରେ ଅର୍ଥାତ୍ ଆଜିର ଦିନରେ ମାଆ ଧବଳଶ୍ୱେରୀଙ୍କ ବେଶରେ ଦର୍ଶନ ଦେଇଥାନ୍ତି । ଆଜିର ଦିନରେ ମା’ଶଙ୍ଖ, ଗୋପୀ ତିଲକ ମାଆଙ୍କୁ ଅର୍ପଣ କରାଯାଇଥାଏ ।

ସୂଚନାନୁଯାୟୀ , ମାଁ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ ଦେଖିବା ଲାଗି ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ପରିଲକ୍ଷିତ ହୋଇଥିଲା।ତେଣେ ଆଜି ନୀତି ଅନୁଯାୟୀ, ମାଁ ସମଲେଶ୍ଵରୀଙ୍କ ଅନ୍ନଭୋଗ ପାଇଁ ପୂର୍ବାହ୍ଣ ୧୧ଟା ୪୫ରୁ ଅପରାହ୍ଣ ୧୨ଟା ୩୦ ଯାଏ, ମା’ଙ୍କ ଶୃଙ୍ଗାର ବେଶ ପାଇଁ ଅପରାହ୍ଣ ୩ଟାରୁ ଅପରାହ୍ଣ ୪ଟା ଯାଏ, ସନ୍ଧ୍ୟା ଆଳତି ପାଇଁ ସନ୍ଧ୍ୟା ୭ଟା ୪୫ରୁ ରାତି ୮ଟା ୧୫ ଯାଏ ଏବଂ ରାତ୍ର ଅନ୍ନଭୋଗ ପାଇଁ ୮ଟା ୫୦ରୁ ସାଢ଼େ ୯ଟା ଯାଏ ଦର୍ଶନ ବନ୍ଦ ରହିବ।

Related posts

ସେବାୟତଙ୍କ ପାଇଁ ବଢ଼ିଲା ସ୍ୱାସ୍ଥ୍ୟବୀମା ରାଶି

mahabharatanews

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ; ଅନଲାଇନରେ ଯୋଡି ହେବେ ୧୩ ଲକ୍ଷ ପ୍ରବାସୀ ଓଡ଼ିଆ 

mahabharatanews

୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ

mahabharatanews