Uncategorized

ଆତଙ୍କବାଦୀ ଆକ୍ରମଣ ବନ୍ଦ ହେଲେ ବନ୍ଦୀଙ୍କୁ ଛଡାଯିବ: ଆଫଗ।ନ

କାବୁଲ: ଆଫଗାନିସ୍ତାନରେ ଆତଙ୍କବାଦୀ ହିଂସା କମ ହେଲେ ସରକାର ଚଳିତ ସପ୍ତାହରୁ ୫୦୦୦ ତାଲିବାନୀ କୈଦୀଙ୍କୁ ଛାଡିଦେବ ବୋଲି ରାଷ୍ଟ୍ରପତି ଅଶରଫ ଗନିଙ୍କ ପ୍ରବକ୍ତା ବୁଧବାର କହିଛନ୍ତି । ଏଥିସହ ଆତଙ୍କବାଦୀ ଓ କାବୁଲ ମଧ୍ୟରେ ହେ।ଇଥିବା ଶାନ୍ତି ବାର୍ତ୍ତାରେ ହେଉଥିବା ବିଳମ୍ବର ସମାଧାନ ହୋଇଛି । ଏହି ଘୋଷଣାର ଏକ ଘଣ୍ଟ। ପୂର୍ବରୁ ଆମେରିକା କହିଛି, ତାର ସେନା ଗତ ମାସରେ ଦୋହାରେ ହୋଇଥିବା ତାଲିବାନ ଆମେରିକା ଚୁକ୍ତିକୁ ନେଇ ଆଫଗ।ନିସ୍ତ।ନରେ ଥିବା ତାର ଦୁଇଟି ସେନା ଛାଉଣିକୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିର ଦେଇଛି । ପ୍ରବକ୍ତା ସଦିକ ସିଦ୍ଦିକି ଟୁଇଟ କରି ସରକାରର ବାର୍ତ୍ତାକୁ ଉଲ୍ଲେଖ କରିଛନ୍ତି । ତାଲିବାନୀ ଆତଙ୍କବ।।ଦୀଙ୍କ ଆକ୍ରମଣ ବନ୍ଦ ହେବା ପରେ ଶନିବାର ଦିନ ସରକାର ୧୫ଶହ ତାଲିବାନୀ ବନ୍ଦୀଙ୍କୁ ଛାଡିବ । ଆଲୋଚନା ଆରମ୍ଭ ହେବା ପରେ ୩୫୦୦ ବନ୍ଦୀଙ୍କୁ ଛଡାଯିବ । ସେ ଆହୁରି ଉଲ୍ଲେଖ କରିଛନ୍ତି, ଏହି ଚୁକ୍ତି ଦେଶରେ ହେଉଥିବା ଆତଙ୍କୀ ଆକ୍ରମଣ କମ କରିବାକୁ ତାଲିବାନୀ ଇଛା ଉପରେ ନିର୍ଭର କରେ । ଏହି ଆଲୋଚନାର ପ୍ରାରମ୍ଭିକ ସ୍ତରରେ ପ୍ରତ୍ୟେକ ଦିନ ୧୦୦ ଲେଖା ବନ୍ଦୀଙ୍କୁ ଛଡାଯିବ । ସୂଚନାଯୋଗ୍ୟ, ତାଲିବାନକୁ ମଙ୍ଗଳବାର ଆଫଗାନିସ୍ତାନ ସହ ଆଲୋଚନା କରିବାର ଥିଲା, କିନ୍ତୁ ଆତଙ୍କବୀଙ୍କ ୧୦୦୦ ବନ୍ଧୁକ ଛାଡିବା ବଦଳରେ ବନ୍ଦୀଙ୍କୁ ଛାଡିବାର ଦାବିକୁ ନେଇ ବିଳମ୍ବ ହୋଇଥିଲା ।

Related posts

ସରକାରର ପଦକ୍ଷେପ ଟାଇଟନିକ ଜାହଜର କ୍ୟାପ୍ଟେନ ପରି: ରାହୁଲ

mahabharatanews

ଜେଲରେ ଜଳିଗଲେ କଏଦୀ

mahabharatanews

କାଜାକସ୍ତାନରେ ବିମାନ ଦୁର୍ଘଟଣା, ୧୪ ଯାତ୍ରୀଙ୍କ ମୃତ୍ୟୁ

mahabharatanews