(କଣିହାଁ/ଜ୍ୟୋତିରଂଜନ ଧର): ଅନୁଗୋଳ ଜିଲ୍ଲା ତାଳଚେର କଣିହାଁ ବ୍ଲକ ରେଙ୍ଗାଳି ଥାନା ଅଂଚଳର ଜୈନେକ ମହିଳା ଶୁକ୍ରବାର ରେଙ୍ଗାଳି ଡ୍ୟାମ୍ର ଗଭୀର ଜଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଗତକାଲି ପୂର୍ବାହ୍ନ ସାଢେ ୧୧ବେଳେ ରୋଙ୍ଗାଳି ଡ୍ୟାମ୍ ରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ପରେ ବହୁତ ଲୋକେ ଡ୍ୟାମ୍ ଉପରେ ଥାଇ ସବୁ ଦେଖୁଥିଲେ ମଧ୍ୟ କେହି ଗଭୀର ପାଣିକୁ ପଶି ମହିଳା ଜଣଙ୍କୁ ଉଦ୍ଧାର କରିବା ପାଇଁ ସାହାସ ଜୁଟାଇ ପାରିନଥିଲେ । ଖବର ପାଇ ପ୍ରଥମେ ସେହି ଅଂଚଳର ୨ଜଣ ସାହାସୀ ଯୁବକ କାଳିଆ ବେହେରା ଓ ବେନୁ ପାତ୍ର ଘଟଣାସ୍ଥଳରେ ପହଁଚିଥିଲେ । ସଂଗେସଂଗେ ମହିଳାଙ୍କୁ ଉଦ୍ଧାର ନିମନ୍ତେ ଡ୍ୟାମ୍ ବାରିକେଟରେ ଏକ ରଶି ଆଣି ବାନ୍ଧି ଥିଲେ । କିଛି ଦୂର ରଶି ଗଲାପରେ ଏହି ଦୁଇ ସାହାସୀ ଯୁବକ ଡ୍ୟାମ୍ ପାଣିକୁ ଡେଇଁଥିଲେ । ପାଣି ଭିତରେ ବୁଡି ମହିଳାଙ୍କୁ ଖାଜେିଥିଲେ । ପରେ ଟୁନା ମାଝି ଓ ଧର ବେହେରା ପହଁଚି ମହିଳାଙ୍କୁ ଏକ ଡାଙ୍ଗା ସହାରାରେ ଉଦ୍ଧାର କାର୍ଯ୍ୟ ଯାରୀ ରଖିଥିଲେ । ସ୍ଥାନୀୟ ୪ଜଣ ଯୁବକ ସଂପୃକ୍ତ ମହିଳା ଜଣକୁ ୩୦ ମିନିଟ୍ ମଧ୍ୟରେ ଉଦ୍ଧାର କରି ଏକ ଗାଡିରେ ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲେ । ତେବେ ମହିଳା ଜଣକ ମେଡିକାଲରୁ ସୁସ୍ଥ ହୋଇ ଗତକାଲି ଘରକୁ ଫେରିଥିଲେ । ମହିଳା ଜଣକ ହେଲେ ରେଙ୍ଗାଳି ଥାନା ଅଧିନସ୍ଥ ବଜ୍ରକୋଟ ଗ୍ରାମର ବୋଲି ଜଣାପଡିଛି । ପାରିବାରିକ ଅଶାନ୍ତିରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଇଛି ।
previous post
next post
