ଅପରାଧ

ଆଦିତ୍ୟ ମୃତ୍ୟୁ: ମିଳିଲା ଫରେନସିକ ରିପୋର୍ଟ

ଭୁବନେଶ୍ଵର/ଶିଳାସ୍ମିତା ରାୟ: ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ସୁଇସାଇଡ ନୋଟକୁ ନେଇ ଫରେନସିକ ରିପୋର୍ଟ ପୁଲିସକୁ ମିଳିଛି । ଏହି ରିପୋର୍ଟ ଅନୁଯାୟୀ ସୁଇସାଇଡ୍‌ ନୋଟ୍‌ଟି ଆଦିତ୍ୟ ନିଜେ ଲେଖିଥିଲେ । ଆଦିତ୍ୟଙ୍କ ପୁରୁଣା ହାତଲେଖା ସହିତ ସୁଇସାଇଡ୍‌ ନୋଟ୍‌ର ଲେଖା ମିଶୁଥିବା ରିପୋର୍ଟରେ ଦର୍ଶାଯାଇଛି। ଫଳରେ ଆଦିତ୍ୟ ଆତ୍ମହତ୍ୟା କରିଥିବା ଫରେନ୍‌ସିକ ରିପୋର୍ଟରୁ ଏକ ପ୍ରକାର ଅନୁମାନ କରାଯାଉଛି।
କିନ୍ତୁ ଆଦିତ୍ୟଙ୍କ ପରି ଜଣେ ବଳିଷ୍ଠ ମାନିକତାର ଲୋକ ଯିଏ ଅନ୍ୟମାନଙ୍କୁ ବାରମ୍ବାର ଆତ୍ମହତ୍ୟା ନ କରିବାକୁ ପ୍ରବର୍ତ୍ତାଉଥିଲେ ସେ କିପରି ଆତ୍ମହତ୍ୟା କରିବେ ତଥା ସୁଇସାଇଡ ନୋଟରେ ଥିବା ଗୋଟିଏ ଧଡି ‘ସରକାର ବିପକ୍ଷରେ ଲଢିବା ପୂର୍ବରୁ ଜଣକୁ ସବୁ କ୍ଷେତ୍ରରେ ଶକ୍ତ ହେବା ଆବଶ୍ୟକକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ତେଣୁ ରେଳବାଇ ପୁଲିସ ପକ୍ଷରୁ ମୃତ୍ୟୁର ବିଭିନ୍ନ ଦିଗ ପ୍ରତି ତଦନ୍ତ ଜାରି ରହିଛି।

Related posts

ଦେଶି ବନ୍ଧୁକ ସହିତ ଦୁର୍ଦ୍ଦାନ୍ତ ଅପରାଧୀ ଚଗଲା ଗିରଫ

mahabharatanews

ସାମାନ୍ୟ ବଚସାକୁ ନେଇ ୨ ଯୁବକଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ୧ ମୃତ

mahabharatanews

ଶାଳୀ ଓ ସାବତ ଝିଅକୁ ଯୌନ ଶୋଷଣ କରୁଥିଲେ ସବ୍‌-ଇନ୍ସପେକ୍ଟର; ଅଭିଯୋଗ ଆଣିଲେ ସ୍ତ୍ରୀ

mahabharatanews