ଅପରାଧଭାରତ

ରାଜୀବ ଗାନ୍ଧୀ ହତ୍ୟା ମାମଲା : ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଅଦାଲତ

ନୂଆଦିଲ୍ଲୀ: ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଗିରଫ ହୋଇ ଜେଲ ଦଣ୍ଡ ଭେଗୁଥିବା ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସବୋର୍ଚ୍ଚ ନ୍ୟୟଳୟ । ୩୩ ବର୍ଷ ହେବ କାରାଗାର ଭିତରେ ରହିଥିବା ଅପରାଧୀଙ୍କୁ ଶୁକ୍ରବାର ମୁକ୍ତ କରାଯାଇଛି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମମଲାରେ ଗିରଫ ହୋଇଥିବା ଦଣ୍ଡ ଭୋଗୁଥିବା ମୁଖ୍ୟ ଅଭିଯୁକ୍ତ ନାଳିନୀ ଶ୍ରୀହରନଙ୍କ ସମେତ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରାଯାଇଛି ।

ସୁଚନାମୁତବକ, ରାଜୀବ ଗାନ୍ଧିଙ୍କୁ ୨୧ ମଇ ୧୯୯୧ ମସିହାରେ ହତ୍ୟା କରାଯାଇଥିଲା । ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ପଡୋଶୀ ଶ୍ରୀଲଙ୍କାର ଲିବରେସନ୍ ଟାଇଗର୍ସ ଅଫ୍ ତାମିଲ ଏଲାମ(ଏଲଟିଟିଇ) ଗୋଷ୍ଠୀର ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣରେ ରାଜୀବ ଗାଦ୍ଧିଙ୍କୁ ହତ୍ୟା କରାଯାଇଥିଲା । ଏକ ଆତ୍ମଘାତୀ ବିସ୍ଫୋରଣରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମେତ ଅନ୍ୟ ୨୧ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଏହା ସହ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ପାଇଁ ନଳିନୀ, ତାଙ୍କ ସ୍ୱାମୀ ମୁରୁଗାନ, ସନ୍ଥନ, ଜୟକୁମାର, ପେରାରୀବଲନ, ରବିଚନ୍ଦ୍ରନ ଏବଂ ରୋବର୍ଟ ପାୟସ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଉ ସମ୍ବିଧାନର ଧାରା ୧୪୨ରେ ଥିବା କ୍ଷମତା ପ୍ରୟୋଗ କରି ସୁପ୍ରିମକୋର୍ଟ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏ. ଜି. ପେରାରୀବଲନ୍ଙ୍କୁ ମୁକ୍ତ କରିବା ଲାଗି ଆଦେଶ ଦେଇଥିଲେ। ତାଙ୍କର ଦଣ୍ଡାଦେଶ କାଟ କରିବା ଲାଗି ୨୦୧୮ରେ ତାମିଲନାଡୁ ସରକାର ସୁପାରିସ କରିଥିବା ସତ୍ତ୍ବେ ମୁକ୍ତିରେ ବିଳମ୍ବ ହେବାରୁ କାରାଗାରରେ ୩୦ ବର୍ଷରୁ ଊର୍ଦ୍ଧ୍ବ କାଳ ସଜ୍ଜା ଭୋଗି ସାରିଥିବା ପେରାରୀବଲନ୍ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ।

Related posts

ଡ୍ରାଇଭରକୁ ମହାନଦୀକୁ ଠେଲି ଟ୍ରକ୍‌ ଚୋରି କରିବା ଘଟଣା , ମାସେ ପରେ ବନ୍ଧା ହେଲେ ୫ ଜଣ

mahabharatanews

ବୈଷ୍ଣୋଦେବୀ ଭବନ ଦଳା ଚକଟାରେ ୧୨ ମୃତ୍ୟୁ

mahabharatanews

୯୫ ବର୍ଷ ବୟସରେ ପ୍ରକାଶ ସିଂ ବାଦଲଙ୍କ ପରଲୋକ ହୋଇଛି

mahabharatanews