ଓଡିଶା

ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟବସ୍ଥା ବିପର୍ଯ୍ୟୟ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଚଂଳରେ ସ୍ୱାସ୍ଥ୍ୟସେବା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ ସମସ୍ତ ଗରିବ ଲୋକଙ୍କୁ ମାଗଣାରେ ଉତମ ଚିକିତ୍ସା ବ୍ୟବସ୍ଥା କରାଯାଉଛି ବୋଲି କେନ୍ଦ୍ର ଓ ରାଜ୍ୟସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟସେବା କେମିତି ଚାଲିଛି ତାହା ଜିଲ୍ଲାସଦର ମହକୁମା ହସପିଟଲକୁ ଦେଖିଲେ ହିଁ ଜଣାପଡୁଛି । ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଉଦବେଗଜନକ ସ୍ଥିତିରେ ପହଁଚିଛି , ରୋଗ ପରୀକ୍ଷଣ ପାଇଁ ଗୋଟିଏ ମାତ୍ର ଅଲଟ୍ରାସାଉଣ୍ଡ ମେସିନ ଏଠାରେ ଥିବାରୁ ମାଲକାନଗିରି ସମତେ ପଡୋଶୀ ସୁକୁମା ଜିଲ୍ଲାବାସୀଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି । ଜିଲ୍ଲା ହସପିଟାଲ ସାତମହଲା ବିଶିଷ୍ଠ ବୃହତ ବିଲ୍ଡିଂ ହୋଇ ଅନେକ କୋଠରୀ ଥିବା ବେଳେ ମାତ୍ରଗୋଟିଏ କୋଠରୀରେ ଗୋଟିଏ ମାତ୍ର ଅଲଟ୍ରାସାଉଣ୍ଡ ମେସିନ ରେ ଦୁଇ ଜିଲ୍ଲାବାସୀ ନିର୍ଭରକରୁଛନ୍ତି ।ବିଜ୍ଞାନ ସବୁ କ୍ଷେତ୍ରରେ ଅନେକ ଆଗେଇଲାଣି,ଏହି ବିଜ୍ଞାନ ଯୁଗରେ ରୋଗୀଙ୍କ ଚିକିତ୍ସା ମଧ୍ୟ ସେମିତି ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ଆରମ୍ଭ ହେଲାଣି ।ଏହି ଅଲଟ୍ରା ସାଉଣ୍ଡ ମେସିନ ଉପରେ ମାଲକାନଗିରି ଜିଲ୍ଲାର ୩ଲକ୍ଷ୍ୟ ଉର୍ଦ୍ଦ ଲୋକ ନିର୍ଭର କରିବା ସହିତ ସୀମାନ୍ତ ଛତିଶଗଡ ରାଜ୍ୟ ପଡୋଶୀ ସୁକୁମା ଜିଲ୍ଲାରୁ ଲୋକ ମାଲକାନଗିରି ଜିଲ୍ଲାସଦର ମହକୁମା ହସପିଟାଲକୁ ଚିକିତ୍ସା ନିମନ୍ତେ ଆସିଥାନ୍ତି । ଅଲଟ୍ରାସାଉଣ୍ଡ ମାସିନ କେବଳ ଜଣେ ଗର୍ଭବତୀର ଶିଶୁର ଅବସ୍ଥା ଓ ଲିଙ୍ଗ ନିରୁପଣ କରିନଥାଏ ,ତାହା ଅନେକ କ୍ଷେତ୍ରରେ ରୋଗୀର ଶରୀର ବିଭିନ୍ନ ରୋଗର ଲକ୍ଷଣ ଓ ବିବରଣୀ ଜଣାଇଥାଏ । ସ୍ଟେଥୋସ୍କୋପ ଯେପରି ରୋଗିର ସ୍ୱାଶ ପ୍ରସ୍ୱାଶ,ସହ ବହ୍ୟ ପ୍ରକ୍ରିୟା ଡାକ୍ତରଙ୍କୁ ଜଣାଇଦେଇ ଥାଏ ଠିକ ସେହିପରି ଅଲଟ୍ରାସାଉଣ୍ଡ ମେସିନ ଦ୍ୱାରା ରୋଗିଶରୀର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ପେଟ ଓ ଅନ୍ତ୍ରପ୍ରକ୍ରିୟାର କାର୍ୟ୍ୟ ସଂପର୍କରେ ଡାକ୍ତର ଜାଣି ରୋଗୀଙ୍କୁ ଚିକିତ୍ସା କରିଥାନ୍ତି । ରାଜ୍ୟର ଅନ୍ୟାନ ଜିଲ୍ଲା ଓ ଡାକ୍ତରଖାନା ମାନଙ୍କରେ ଏକାଧିକ ଅଲଟ୍ରାସାଉଣ୍ଡ ମେସିନ ଥିବାବେଳେ ମାଲକାନଗିରି ଓ ସୁକୁମା ଦୁଇଟି ଜିଲ୍ଲାପାଇଁ ମାତ୍ର ଗୋଟିଏ ଅଲଟ୍ରାସାଉଣ୍ଡ ମେସିନ ରହିଛି । ପ୍ରତିଦିନ ଦୁରଦୁରାନ୍ତରୁ ରୋଗୀ ମାନେ ମାଲକାନଗିରି ଜିଲ୍ଲା ସଦର ହସପିଟାଲକୁ ଆସି ନିଜର ରୋଗପରୀକ୍ଷା ପାଇଁ ଅଲଟ୍ରାସାଉଣ୍ଡ ମେସିନ କୋଠରୀ ନିକଟରେ ଘଟାଂ ଘଟାଂ ଜଗିରହୁଛନ୍ତି ।ଗର୍ଭବତୀ ମହିଳା,ଦୁର୍ଘଟଣାଗସ୍ତ ଲୋକ,ପେଟରେ ଷ୍ଟୋନ ହୋଇ ଗରୁତର ପେଟ ଯନ୍ତ୍ରଣା ଭୋଗୁଥିବା ରୋଗି ମାନେ ଅଲଟ୍ରା ସାଉଣ୍ଡ କରିବା ପାଇଁ ଦୁଇ ରୁ ତିନିଦିନ ପର୍ୟ୍ୟନ୍ତ ହସପିଟାଲରେ ଜଗିବାକୁ ପଡୁଛି । ଠିକ ସେହିପରି ଜିଲ୍ଲାହସପିଟାଲରେ ଇକୋ ମେସିନ ଟିଏ ନଥିବାରୁ ଅନେକ ହୃଦରୋଗୀ ସେମାନଙ୍କର ରୋଗପରୀକ୍ଷଣରୁ ବଚିଂତ ହେଉଛନ୍ତି । ତୁରନ୍ତ ମାଲକାନଗିରି ଜିଲ୍ଲା ହପିଟାଲକୁ ଅଧିକ ଅଲଟ୍ରାସାଉଣ୍ଡ ମେସିନ ସହ ଇକୋ ମେସିନ ଯୋଗାଇ ଦିଆଯାଉ ବୋଲି ଜିଲ୍ଲାବାସୀ ଦାବିକରିଛନ୍ତି ।

Related posts

ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଙ୍କୁ ମାଡ ଅଭିଯୋଗ, ୩ ଗିରଫ

mahabharatanews

ସ୍ୟାଣ୍ଡ ଆର୍ଟ ଇନ୍ସଟା ଲେସନରେ ଆହ୍ୱାନ କଲେ ୫ ଏପ୍ରିଲ୍କୁ

mahabharatanews

୧୪ ବଖରା ଘର ପୋଡି ପାଉଁଶ

mahabharatanews