Uncategorized

ଆନ୍ଧ୍ର ରାଜ୍ୟପାଳଙ୍କ ୪ କର୍ମଚାରୀ ସଂକ୍ରମିତ, ସେମାନଙ୍କର ନାହିଁ କୌଣସି ଟ୍ରାଭେଲ ହିଷ୍ଟ୍ରି

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କାର୍ୟ୍ୟାଳୟର ଚାରିଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଷ୍ଟାଫ୍‌ ନର୍ସ ଥିବା କଥା ଆନ୍ଧ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆନ୍ଧ୍ର ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ମୁଖ୍ୟ ସଚିବ କେ. ଏସ୍. ଜବାହର ରେଡ୍ଡୀ ରବିବାର ଏହି ସୂଚନା ଦେଇଛନ୍ତି । ଚିକିତ୍ସା ନିମନ୍ତେ ତାଙ୍କୁ ବିଜୟୱାଡ଼ା ଡାକ୍ତରଖାନାକୁ ‌ସ୍ଥାନାନ୍ତର କରାଯାଇଛି। କିନ୍ତୁ, ରାଜ୍ୟପାଳଙ୍କ କାର୍ୟ୍ୟାଳୟ ତରଫରୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇ ନାହିଁ। କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଏହି କର୍ମଚାରୀମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ବେଳେ ସେମାନଙ୍କ ସଂକ୍ରମଣ ରାଜ୍ୟ ସରକାରର ଚିନ୍ତା ବଢାଇ ଦେଇଛି । କର୍ମଚାରୀ ସଂକ୍ରମିତ ‌ହୋଇଥିବା ଘଟଣା ଜଣାପଡ଼ିବା ପରେ ରାଜ୍ୟପାଳଙ୍କ ସରକାରୀ ବାସଭବନ, ରାଜଭବନରେ ବିଶୋଧନ ଅଭିଯାନ ଆରମ୍ଭ ହୋଇଛି। ରାଜଭବନ ପରିସରରେ ସୋଡିୟମ୍ ହାଇଡ୍ରୋକ୍ଲୋରାଇଟ୍ ସିଞ୍ଚନ ନିମନ୍ତେ ପୌର କର୍ତ୍ତୃପକ୍ଷ ଡ୍ରୋନ୍ ମୁତୟନ କରିଛନ୍ତି।

Related posts

ମେଘାଳୟରେ ସିଏଏ ହିଂସା

mahabharatanews

ସମସ୍ତ ରାଜ୍ୟକୁ ପୁଣି ଏନପିଆର ଅଧିସୂଚନା ଜାରି

mahabharatanews

ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରାଲିରେ ଫସିଲା ଆମ୍ବୁଲାନ୍ସ, ରୋଗୀ ମୃତ

mahabharatanews