(ମହାଭାରତ): ଆମମାନଙ୍କ ମଧ୍ୟରୁ ଅନେକ ଲୋକ ନିଜର ରାଗ ଉପରେ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଏହି ରାଗ ଆମକୁ ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ଅନେକ କ୍ଷତି କରିଥାଏ । ଏହି କାରଣରୁ ଅନେକ ସମୟରେ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇଥିାଏ । ଏପରି ସମୟରେ ଆପଣଙ୍କୁ ଏହା ନିହାତି ଆବଶ୍ୟକ କି ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯୋଗ ବିଷେଶଜ୍ଞମାନଙ୍କ କହିବା ଅନୁସାରେ କିଛି ଯୋଗାସନକୁ କରିବା ଦ୍ୱରା ଆପଣଙ୍କ ମନ ଏବଂ ମସ୍ତିଷ୍କ ଦୁଇଟିଯାକ ଶାନ୍ତ ରହଥାଏ ଏବଂ ଏହାକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ଆପଣ ନିଜ ରାଗ ଉପରେ ନିୟନ୍ତ୍ରଣ କରିପାରିବେ । ଆସନ୍ତୁ ଜାଣିବା ଏହି ମୁଦ୍ରା ଗୁଡିକ ବିସୟରେ…
ଉମ୍ନାନୀ ମୁଦ୍ରା:
ଏହି ମୁଦ୍ରାକୁ କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ । ଏହା ସହ ଏହି ଆସନ ଧ୍ୟାନକୁ ଏକାଗ୍ରତା କରିଥାଏ । ଯେତେବେଳେ ଆପଣଙ୍କ ଧ୍ୟାନ ଏକାଗ୍ର ହେବ, ସେତେବେଳେ ଆପଣ ସମସ୍ତ ଚିନ୍ତାରୁ ମୁକ୍ତ ହେବେ ଏବଂ ଆପଣଙ୍କ ରାଗ ଧିରେ ଧିରେ କମ୍ ହେବାକୁ ଲାଗିବ । ଏହି ଆସନକୁ କରିବା ପାଇଁ ଆପଣ ପଦ୍ମାସନ ଅବସ୍ଥାରେ ବସନ୍ତୁ । ଏବେ ଆପଣ ନିଜର ସମସ୍ତ ଧ୍ୟନକୁ ନିଜର ଆଖି ମଧ୍ୟରେ ଏକାଗ୍ର କରିନିଅ । ଏହି ଆସନକୁ କରିବା ସମୟରେ କୌଣସି ବାହାର କଥା ଚିନ୍ତା କରନ୍ତୁ ନାହିଁ । ନିଜର ଧ୍ୟାନକୁ ଗୋଟିଏ ଜାଗାରେ କେନ୍ଦ୍ରିତ କରି ରଖନ୍ତୁ ।
ଜ୍ଞାନ ମୁଦ୍ରା:
ଏହି ଆସନକୁ କରିବା ଦ୍ୱାରା ଆମର ଶରୀର ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ, ଯାହାଦ୍ୱରା କ୍ରୋଧର ସ୍ତର ମଧ୍ୟ କମିଯାଇଥାଏ । ଏହି ଆସନକୁ କରିବା ପାଇଁ ପ୍ରଥମେ ପଦ୍ମାସନ ଅବସ୍ଥାରେ ବସିଯାଆନ୍ତୁ । ଏବେ ଆପଣ ନିଜ ହାତକୁ ସିଧା କରନ୍ତୁ । ଏହା ପରେ ଆପଣ ନିଜର ବିଶି ଆଙ୍ଗୁଠିକୁ ବୁଢା ଆଙ୍ଗୁଠି ସହିତ ଯୋଡନ୍ତୁ ।
ସେପାନା ମୁଦ୍ରା:
ଏହି ଆସନକୁ କରିବା ଦ୍ୱାରା ଚାପ କମିଥାଏ । ଏହି ଆସନ ଆମ ଶରୀରରୁ ନକରାତ୍ମକତା ଏବଂ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିବାରେ ସକ୍ଷମ ହୋଇଥାଏ । ଏହାଦ୍ୱରା ଆମର ମସ୍ତିଷ୍କ ଶାନ୍ତ ହୋଇଥାଏ । ଏହି ଆସନକୁ କରିବା ପାଇଁ ଆପଣଙ୍କ ହାତର ଦୁଇ ପାପୁଲିକୁ ଯୋଡନ୍ତୁ ଏବଂ ଧ୍ୟାନ ରଖନ୍ତୁ ଆପଣଙ୍କ ପାଞ୍ଚ ଆଙ୍ଗୁଠି ପରସ୍ପର ମଧ୍ୟରେ ଯୋଡି ହେବା ଜରୁରୀ । ଏବେ ଆପଣଙ୍କ ବିଶି ଆଙ୍ଗୁଳିକୁ ଏକା ସଙ୍ଗରେ ରଖନ୍ତୁ ଏବଂ ଅନ୍ୟ ସମସ୍ତ ଆଙ୍ଗୁଠି ଗୁଡିକୁ ମୋଡି ପରସ୍ପର ସହିତ ବାନ୍ଧି ନିଅନ୍ତୁ । ଏବେ ଏହି ମୁଦ୍ରାକୁ ତଳକୁ ମୋଡି ନିଅନ୍ତୁ ।
previous post