Uncategorized

ଆପର ନୂଆ ନାଁ ମୁସଲିମ ଲିଗ୍ ହେବା ଉଚିତ: କପିଲ

(ନୂଆଦିଲ୍ଲୀ): ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ରହିଛି । ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ନେତାମାନେ ପରସ୍ପରକୁ ସମାଲୋଚନା କରିବାରେ ଲାଗିଛନ୍ତି । ଏସବୁ ମଧ୍ୟରେ ବିଜେପି ପ୍ରାର୍ଥୀ କପିଲ ମିଶ୍ରା ପୁଣି ଥରେ ଆମ ଆଦମୀ ପାର୍ଟି (ଆପ୍)କୁ ଟାର୍ଗେଟ୍ କରିଛନ୍ତି । ଏକ ନ୍ୟୁଜ ଏଜେନ୍ସିକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଦିଲ୍ଲୀରେ ଗାଡିରେ ନିଆଁ ଲଗାଇବା ଓ ପୋଲିସଙ୍କୁ ପିଟିବା ପଛରେ କଂଗ୍ରେସ ଓ ଆପ୍ର ହାତ ରହିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜିନ୍ନାଙ୍କ ରାଜନୀତି କରୁଛନ୍ତି । ତେଣୁ ଆପ୍ର ନୁଆ ନାଁ ମୁସଲିମ୍ ଲିଗ୍ ହେବା ଉଚିତ । ଏହା ପୂର୍ବରୁ କପିଲ ମିଶ୍ରା ଟୁଇଟ୍ କରି ଆପ୍ର ନାଁ ବଦଳାଇବାକୁ ପରାମର୍ଶ ଦେଇଥିଲେ । ସେ ଆହୁରି ମଧ୍ୟ ଲେଖିଥିଲେ, ଉମର ଖାଲିଦ, ଅଫଜଲ ଗୁରୁ, ବୁରହାନ ୱାନି ଭଳି ଆତଙ୍କବାଦୀଙ୍କୁ ନିଜର ପିତା ବୋଲି ମାନଥିବା ଲୋକ ଯୋଗୀ ଆଦିତ୍ୟନାଥଙ୍କୁ ଡରୁଛନ୍ତି ।

Related posts

ଲୋକପ୍ରିୟ ସିରିଏଲ୍ ‘କସୌଟୀ’ରେ ନୂଆ ଟ୍ୱିଷ୍ଟ, ଅନୁରାଗ ହେବେ ଭିଲେନ୍

mahabharatanews

ଦେଶରେ ୯୧ ଲକ୍ଷ କୋଭିଡ-୧୯ ଟେଷ୍ଟ ହେ।ଇଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

mahabharatanews

ସୁଖାଇ-୩୦ର ତଞ୍ଜାବୁରରେ ସାମିଲ ଏକ ସଫଳତା: ଏୟାର ମାର୍ସାଲ

mahabharatanews