Uncategorized

ଆପ୍ ରେ ଯୋଗ ଦେବେ ଜେଡିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ

(ପାଟନା): ନାଗରିକତା ସଂଶୋଧନ ବିଲ୍କୁ ନେଇ ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଦଳ ଛାଡିପାରନ୍ତି । ଦଳ ଛାଡିବା ପରେ ସେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟୀ (ଆପ) ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ମିଶି କାମ କରିବେ ବୋଲି ସୂଚନା ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଏକ ଟ୍ୱିଟରୁ ଏହା ସ୍ପଷ୍ଟ ହୋଇଛି । ପ୍ରଶାନ୍ତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ପାଇଁ କାମ କରିବେ ବୋଲି କେଜରିୱାଲ ଟ୍ୱିଟ କରି ଲେଖିଛନ୍ତି । ତେଣୁ ପ୍ରଶାନ୍ତ ଦଳ ଛାଡିବା ନେଇ ଘୋଷଣା କରିପାରନ୍ତି । ଏଥିପାଇଁ ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଖୁବଶୀଘ୍ର ଭେଟିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ, ନାଗରିକତା ଆଇନକୁ ନେଇ ଜେଡିୟୁ ଭିତରେ ବିଦ୍ରୋହ ଆରମ୍ଭ ହୋଇଥିଲା । ଦଳର ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଆଇନକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାପରେ ଦଳର ଅନ୍ୟତମ ସଦସ୍ୟ ପବନ ବର୍ମା ମଧ୍ୟ ଆଇନକୁ ନେଇ ଦଳରେ ବିରୋଧର ସ୍ୱର ଉଠାଇଥିଲେ । ସେମାନଙ୍କୁ ଦଳ ପକ୍ଷରୁ କଡା ଚେତାବନୀ ମଧ୍ୟ ଦିଆଯାଇଥିଲା ।

Related posts

କେରଳରେ ଗୋଟିଏ ଦିନରେ ୧୨୭ କରୋନା ଚିହ୍ନଟ

mahabharatanews

ନେପାଳରେ ୫.୪ ତୀବ୍ରତାରେ ଭୁକମ୍ପ ଝଟକା

mahabharatanews

ଭାରତ ମହାସାଗରରେ ଚୀନର ଯୁଦ୍ଧ ଜାହାଜ ମୁତୟନ

mahabharatanews