Uncategorized

ଆମେରିକା ଉପରାଷ୍ଟ୍ରପତି ନିର୍ବାଚନରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା

ଚିକାଗୋ: ଭାରତୀୟ ବଂଶୋଦଭବ ଆମେରିକୀୟ ମହିଳା କମଲା ହ୍ୟାରିସ୍‌ଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଚର୍ଚ୍ଚା ଜୋର ଧରିଛି । ଆମେରିକା ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ କମଲାଙ୍କ ନାମ ଉପରାଷ୍ଟ୍ରପତି ପଦପାଇଁ ତାଙ୍କ ଦଳ ତରଫରୁ ଘୋଷଣା କରିଛନ୍ତି।
ବିଡେନଙ୍କ ଘୋଷଣା ପରେ ବିଭିନ୍ନ ମହଲାରୁ ଏହାକୁ ସ୍ୱାଗତ କରାଯାଉଛି । ହ୍ୟାରିସ ଜଣେ ଅଶ୍ୱେତ ଓ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା। ଦେଶର ପ୍ରମୁଖ ପାର୍ଟିରୁ ତାଙ୍କୁ ପ୍ରାର୍ଥୀ କରାଯିବା ଇତିହାସ ସୃଷ୍ଟି କରିଛି। ଦି ଲିଙ୍କନ ପ୍ରୋଜେକ୍ଟର ସହ ସଂସ୍ଥାପକ ଷ୍ଟିଭ ସ୍ମିଟ୍‌ ଏନବିସିକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଯିବା ପରେ ଆମେରିକାର ନବ ଉନ୍ମଷ କରିବେ ଏହି ଟିମ୍‌ । ଏମାନେ କେବଳ ଚତୁର ନୁହନ୍ତି ଦକ୍ଷ ଓ ଧୁରନ୍ଦର ବୋଲି କହିଛନ୍ତି ସ୍ମିଟ୍‌।
ସେହିପରି କମଲା ହ୍ୟାରିସ୍‌ଙ୍କ ଭଉଣୀ ମାୟା ହ୍ୟାରିସ୍‌ ତାଙ୍କ ମାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତାଙ୍କ ମା କର୍କଟ ଗବେଷିକା ଥିଲେ ଓ ସେ ଭାରତୀୟ । ସୂଚନା ଯୋଗ୍ୟ ଯେ ୫୫ ବର୍ଷ ବୟସ୍କା କମଲା ହ୍ୟାରିସ୍‌ ଭାଇସ ପ୍ରେସିଡେଣ୍ଟ ପଦବୀ ଲାଗି ଦଳରେ ଏବେ ଶୀର୍ଷ ଦାବିଦାର। ଏହା ଜଣାପଡିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଜୋରଦାର ସମର୍ଥନ ମିଳୁଛି।

Related posts

ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟରେ ‘ପିଏଫଆଇ’ର କ୍ୟୁରେଟିଭ ପିଟିସନ ଦାଖଲ

mahabharatanews

ମାର୍ଚ୍ଚରେ ଅଯୋଧ୍ୟା ଯିବେ ଉଦ୍ଧବ

mahabharatanews

 ମହରମ୍‌ ଶୋଭାଯାତ୍ରା: ବିଜୁଳି ଆଘାତରେ ୪ ମୃତ 

mahabharatanews