Uncategorized

ଆମେରିକା ସିନେଟରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାସ

ୱାସିଂଟନ: ୭୩ ବର୍ଷୀୟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ସମସ୍ୟା ଜଟିଳ ହେବାକୁ ଲାଗିଛି । ତାଙ୍କ ବିରୋଧରେ ହାଉସ ଅଫ ରିପ୍ରେଜେଣ୍ଟିଭରେ ମହାଭିଯୋଗ ପ୍ରସ୍ତାବ ପାସ ହୋଇଯାଇଛି । ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବୁଧବାର ଦୀର୍ଘ ସମୟ ଧରି ବତର୍କ ହୋଇଥିଲା । ବିତର୍କ ପରେ ମତଦାନ ହୋଇଥିଲା ।
ହାଉସ ଅଫ ରିପ୍ରେଜେଣ୍ଟିଭ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚଳାଇବା ପକ୍ଷରେ ମତଦାନ କରିଥିଲା । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାର ଦୁରୁପୋଯୋଗ ପାଇଁ ମହାଭିଯୋଗ ପ୍ରସ୍ତାବ ଆମେରିକୀୟ ଗୃହରେ ପାସ ହୋଇଯାଇଛି । ଗୃହରେ ୧୯୭ ତୁଳନାରେ ୨୩୦ ଭୋଟରେ ଏହା ପାସ ହୋଇଛି । ଆସନ୍ତା ମାସରେ ସିନେଟରେ ଶୁଣାଣି ହେବ ।
ଆମେରିକାର ହାଉସ ଅଫ ଜୁଡିସିଅ ।ଲ ଟୁଇଟ କରି କହିଛି ଯେ, ହାଉସ ଅଫ ରିପ୍ରେଜେଣ୍ଟିଭ ସଂଯୁକ୍ତ ରାଜ୍ୟ ଆମେରିକାର ୪୫ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମହାଭିଯୋଗ ପ୍ରସ୍ତାବ ପକ୍ଷରେ ଭୋଟିଂ କରିଛି । ସୂଚନାଯୋଗ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କ୍ଷମତାର ଦୂରୁପଯୋଗ ମାମଲା ଆସିଛି । ସଂସଦର ନିମ୍ନ ଗୃହ ହାଉସ ଅଫ ରିପ୍ରେଜେଣ୍ଟିଭରେ ବୁଧବାର ୧୦ ଘଣ୍ଟା ଯାଏଁ ବିତର୍କ ହୋଇଛି ।

Related posts

ମାର୍ଚ୍ଚ ୭ ପର୍ଯ୍ୟନ୍ତ ରବି ପୂଜାରୀ ପୁଲିସ ହାଜତରେ ରହିବ

mahabharatanews

କରୋନାରେ ପ୍ରଥମ ଭାରତୀୟ ଯୁବକଙ୍କ ମୃତ୍ୟୁ

mahabharatanews

ସାହିନବାଗ ପ୍ରସଙ୍ଗରେ ହାଇକୋର୍ଟଙ୍କ ପ୍ରଶ୍ନ

mahabharatanews

Leave a Comment